ଜନସାଧାରଣ ସତ କଣ ଜାଣି ସାରିଲେଣି, ତେଣୁ ବିଜେଡି ସରକାର ଭୁଆଁ ବୁଲା ଯୋଜନା ବନ୍ଦ କରନ୍ତୁ : ମଧୁସୂଦନ ସାହୁ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶାର ଜନସାଧାରଣ ସତ କଣ ଜାଣି ସାରିଲେଣି । ତେଣୁ ବିଜେଡି ସରକାର ଭୁଆଁ ବୁଲା ଯୋଜନା ବନ୍ଦ କରନ୍ତୁ ବୋଲି ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଂଯୋଜକ ମଧୁସୂଦନ ସାହୁ କହିଛନ୍ତି । ଏହାସହ ପେଟ୍ରୋଲ୍‌ ଓ ଡିଜେଲ୍ ଦାମ୍‌ରେ ବୃଦ୍ଧି କେବଳ କେନ୍ଦ୍ର ସରକାର ଦାୟି ନୁହଁନ୍ତି ଚଳିତ ବର୍ଷ ଅକ୍ଟୋବରରେ ପେଟ୍ରୋଲିୟମ୍‌ ସାମଗ୍ରୀରୁ ରାଜ୍ୟ ସରକାର ୫୬୬.୬୧ କୋଟି ଟଙ୍କାର ଭାଟ୍ ସଂଗ୍ରହ କରିଛନ୍ତି । ଗତବର୍ଷ ଏହି ମାସରେ ହୋଇଥିବା ୫୧୫.୯୬ କୋଟି ଟଙ୍କାର ସଂଗ୍ରହ ତୁଳନାରେ ଏହା ୯.୮୨ ପ୍ରତିଶତ ଅଧିକ । ସେହିପରି, ମଦରୁ ସରକାର ୧୨୧.୭୧ କୋଟି ଟଙ୍କାର ଭାଟ୍ ସଂଗ୍ରହ କରିଛନ୍ତି । ମୋଟ ଉପରେ ପେଟ୍ରୋଲିୟମ୍ ସାମଗ୍ରୀ ଓ ମଦରୁ ଅକ୍ଟୋବର ମାସରେ ୭୨୮.୩୨ କୋଟି ଟଙ୍କାର ଭାଟ୍ ସଂଗ୍ରହ ହୋଇଛି । ୨୦୨୦ ଅକ୍ଟୋବରରେ ସମୁଦାୟ ୬୯୬.୪୩ କୋଟି ଟଙ୍କାର ଭାଟ ସଂଗ୍ରହ ହୋଇଥିଲା । ଚଳିତ ବର୍ଷ ଅକ୍ଟୋବରରେ ରାଜ୍ୟରେ ୩୫୯୩.୩୪ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି । ୨୦୨୦ର ଅକ୍ଟୋବରରେ ହୋଇଥିବା ୨୪୨୮.୨୭ କୋଟି ଟଙ୍କା ତୁଳନାରେ ଏହା ୪୯% ଅଧିକ ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ କ୍ରମାଗତ ଦ୍ବିତୀୟ ମାସ ଲାଗି ଓଡ଼ିଶା ସର୍ବାଧିକ ଅଭିବୃଦ୍ଧି ହାସଲ କରିଛି । ୨୦୨୧ ଅକ୍ଟୋବର ମାସରେ ୧୦୫୩.୪୮ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଓ ୬୨୭.୦୭ କୋଟି ଟଙ୍କାର ସେସ୍ ସଂଗ୍ରହ କରାଯାଇଛି । ତେଣୁ କେନ୍ଦ୍ର ବିରୋଧରେ ବିଷାଦଗାର ନ କରି ରାସ୍ତା ଘାଟରେ ଅଭିନୟ ନ କରି ଓଡିଶାରେ ଥିବା ପ୍ରମୁଖ ସମସ୍ୟା, ଯେମିତି କି ବିଦ୍ୟୁତ ଦର, ଦାଦନ ସମସ୍ୟା, ଆଇନ ଶୁଙ୍ଖଳା, ନାରୀନିର୍ଯାତନା ପ୍ରତିହିତ କରିବାକୁ କଢ଼ା ଆଇନ, ଚାଷ ଓ ଚଷୀଙ୍କ ସମସ୍ୟା, ରାସ୍ତା ଘାଟ, ମେଡିକାଲ, ଏମିତି ବହୁତ ସମସ୍ୟା କେମିତି ସମାଧାନ କରିବେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଶ୍ରୀ ସାହୁ କହିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା