ଜନତା କଫ୍ୟୁକୁ ଜଳେଶ୍ୱରରେ ଅଭୁତପୂର୍ବ ସଫଳତା : ରାସ୍ତାଘାଟ, ଷ୍ଟେସନ, ବଜାର ଜନଶୂନ୍ୟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ବିଶ୍ୱରେ କରୋନାର ତାର କାୟା ବିସ୍ତାର କରି ଚାଲିଥିବାରୁ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା କଫ୍ୟୁ ନିବେଦନ ଜଳେଶ୍ୱର ଅଞ୍ଚଳରେ ଅଭୁ ତପୂର୍ବ ସଫଳତା ଲାଭ କରିଛି । ବଜାର, ରାସ୍ତାଘାଟ ଏପରିକି ରେଳଷ୍ଟେସନ ଜନଶୂନ୍ୟ ହୋଇ ପଡିଥିବା ବେଳେ ଗୋଟିଏ ହେଲେ ପାସେଞ୍ଜର ଟ୍ରେନ ଯାତାୟାତ କରିନଥିବା ଜଣାପଡିଛି । ଆଜି ରବିବାର ଦେଶବାସୀଙ୍କୁ ଯାତାୟାତ ବନ୍ଦ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆହ୍ୱାନ କ୍ରମେ ଜଳେଶ୍ୱର ସହରର ପ୍ରତିଟି ଦୋକାନ ବନ୍ଦ ଥିବା ବେଳେ ବଜାରକୁ ଜନସାଧାରଣ ଆସିନଥିଲେ । କେତେକ ଅତ୍ୟାବସ୍ୱକ ଦୋକାନ ବିଳମ୍ବରେ ଖୋଲିଥିଲେ ମଧ୍ୟ ଦ୍ୱିପ୍ରହରକୁ ବନ୍ଦ ହୋଇ ଯାଇଥିଲା । ଜଳେଶ୍ୱର ସହରରେ କାଁ ଭାଁ ବାଇକ୍ ଯାତାୟାତ କରୁଥିବା ବେଳେ ଟେମ୍ପୋ, ମ୍ୟାଜିକ୍‌, ବସ୍‌, ଟ୍ରକ, ପିକ୍‌ଅପ୍ ଇତ୍ୟାଦି ବନ୍ଦ ରହିଥିଲା । ସେହିପରି ରାଜ୍ୟ ମୁଖ୍ୟମନ୍ତ୍ରୀ ଏହି ଜନତା କଫ୍ୟୁକୁ ସମର୍ଥନ ଜଣାଇଥିବାରୁ କଫ୍ୟୁକୁ ସମର୍ଥନ ମିଳିଥିଲା । ପ୍ରଥମ ଥର ଲାଗି କୌଣସି ରାଜନୈତିକ ଦଳ, ଟ୍ରେଡ ୟୁନିୟନ, ସଂଗଠନ ବନ୍ଦ ଡାକର ଦେଇନଥିବା ବେଳେ ସ୍ୱତନ୍ତ୍ର ପୂର୍ତ୍ତ ଭାବେ ଜନତା କଫ୍ୟୁକୁ ଜନସାଧାରଣ ସମର୍ଥନ କରିଥିଲେ । ଜଳେଶ୍ୱର ରେଳ ଷ୍ଟେସନ ସୂତ୍ରରୁ ପ୍ରକାଶ ବାଲେଶ୍ୱର-ଖଡଗପୁୂର ମଧ୍ୟରେ ମୋଟ ୬୮ଟି ଟ୍ରେନ ଯାତାୟାତ କରିଥିବା ବେଳେ ସେଥିରୁ ଅପ୍ ଲାଇନ୍‌ରେ ନୀଳାଚାଳ ସୁପରଫାଷ୍ଟ, ଡାଉନପ୍ ଲାଇନ୍‌ରେ ଇଷ୍ଟ କୋଷ୍ଟ ଓ ଫଲକମାନାମ ଟ୍ରେନ୍ ଜାତାୟାତ କରିଥିଲା । ଜଳେଶ୍ୱର ହାୱାଡା ପାସେଞ୍ଜର ଟ୍ରେନ୍ ଜଳେଶ୍ୱର ଠାରୁ ଯାତ୍ରା ଆରମ୍ଭ କରିନଥିବା ବେଳେ କୌଈସି ପାସେଞ୍ଜର ଟ୍ରେନ୍ ଏହି ରାସ୍ତାରେ ଚଳାଚଳ କରିନାହିଁ । ଫଳରେ କେତେକ ଯାତ୍ରୀଙ୍କୁ ରେଳ ଷ୍ଟେସନରେ ଅପେକ୍ଷା କରିବାକୁ ପଡିଛି । ଗ୍ରାମାଞ୍ଚଳରେ ମଧ୍ୟ ଏଭଳି ପ୍ରଭାବ ପରିଲକ୍ଷିତ ହୋଇଛି । ଆଦିବାସୀ ଅଧ୍ୟୁସୀତ ରାଇବଣିଆ ଥାନା ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ଅପରାହ୍ନ ୫ଟାରେ ବହୁ ବ୍ୟକ୍ତି ସେମାନଙ୍କ ଛାତରେ ରହି ଶୃଙ୍ଖଳିତ ଭାବେ ଶଂଖ, ଝାଲି, ଘଣ୍ଟା, ଥାଳି ସହିତ ହାତ କରତାଳି ବଜାଇଥିବା ବେଳେ ରେଳ ଷ୍ଟେସନରେ ଅନୁରୂପ ପରିଲକ୍ଷିତ ହୋଇଥିଲା । ପୋଲିସ୍ ପ୍ରଶାସନ ପକ୍ଷରୁ ଜଳେଶ୍ୱର ସହର ଓ ଗ୍ରାମାଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଦିନ ତମାମ ପେଟ୍ରୋଲିଂ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା