କରୋନା ପ୍ରଭାବରେ ଜଳେଶ୍ୱରର ୬୦୦ ବ୍ୟକ୍ତିଙ୍କ ନାମ ପଞ୍ଜିକରଣ : ବିଦେଶରୁ ୯…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନାର ପ୍ରଭାବ ଓ ସରକାରଙ୍କ ସଚେତନତା ଯୋଗୁଁ ହଜାର ହଜାର ବ୍ୟକ୍ତି ବିଦେଶ ଓ ଅନ୍ୟ ରାଜ୍ୟରୁ ଘର ବାହୁଡା ହେଉଛନ୍ତି । ଅଦ୍ୟାବଧି ବିଭିନ୍ନ ଗ୍ରାମାଞ୍ଚଳ ଓ ଜଳେଶ୍ୱର ପୌରାଞ୍ଚଳରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୬୦୦ ବ୍ୟକ୍ତିଙ୍କର ନାମ ପଞ୍ଜିକରଣ ହୋଇଥିବା ବେଳେ ଦେଶ ବାହାରୁ ଆସିଥିବା ୯ଜଣଙ୍କୁ ପଞ୍ଜିକରଣ କରାଯାଇଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରୁ ୩ଜଣ ଜ୍ୱର ଭୋଗୁଥିବା ଯୋଗୁଁ ସେମାନଙ୍କୁ ହାତୀଗଡ ସିଏସ୍‌ସିରେ ସ୍ୱତନ୍ତ୍ର କୋଠରୀରେ ଚିକିତ୍ସା ଚାଲିଥିବା ବେଳେ ଅନ୍ୟ ଜଣେ ଚିକିତ୍ସା ପାଇଁ ଆସୁନଥିବାରୁ ପ୍ରଶାସନ ସେଠାକୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଛି । ବିଦେଶରେ ରହୁଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଜଳେଶ୍ୱର ମ୍ୟୁନିସି ପାଲଟିକୁ ୪ଜଣ ଆସିଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରୁ ବ୍ରାଜିଲରୁ ଆସିଥିବା ମିଲବାସୀ ବାସିନ୍ଦା, ଇସ୍ରାଏଲରୁ ଆସିଥିବା ଶାସନବାର୍ଡ ବାସିନ୍ଦା, ଇଂଲଣ୍ଡରୁ ଆସିଥିବା ଦେଉଳି ପଞ୍ଚୁଘଣ୍ଟା ବାସିନ୍ଦା, ଓ ଦୁବାଇରୁ ଆସିଥିବା ପଥରପୁରା ବାସିନ୍ଦାଙ୍କୁ ସେମାନଙ୍କ ନିଜସ୍ୱ ଘରେ ଆଇସୋଲେସନ କୋଠରୀରେ ସ୍ୱାସ୍ଥ୍ୟ ବିଭାଗ ତତ୍ୱାବଧାନରେ ରଖଶଯାଇଛି । ସେହିପରି ବ୍ଲକ ଅଞ୍ଚଳର ବାହାରିନ୍ ରାଷ୍ଟ୍ରରୁ ଝାଡପିମ୍ପଳ ବାସିନ୍ଦା, ଦୁବାଇରୁ ଆସିଥିବା କଣ୍ଟାପାଳ ବାସିନ୍ଦା, ଆମେରିକାରୁ ଆସିଥିବା ଭଂଣ୍ଡାରପଲ୍ଲି ଗ୍ରାମର ୨ଜଣ ଓ ଇଂଲଣ୍ଡରୁ ଆସିଥିବା ଅନ୍ୟଜଣଙ୍କ ଚିକିତ୍ସା ଚାଲିଛି । ଏହା ବ୍ୟତିତ ବ୍ଲକ ଅଞ୍ଚଳରୁ ୫୮୮ ଓ ମ୍ୟୁନିସିପାଲଟି ଅଞ୍ଚଳରୁ ୧୨ଜଣ ଅନ୍ୟ ରାଜ୍ୟରୁ ଆସିଥିବାରୁ ସେମାନଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ଡା. ପ୍ରଭାସ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି । ଚମାର ଗାଁର ୩ଜଣ ଯୁବକ କିଛିଦିନ ପୂର୍ବରୁ ଅନ୍ୟ ରାଜ୍ୟରୁ ଆସିଥିଲେ ମଧ୍ୟ ସେମାନଙ୍କୁ ଜ୍ୱର ଲାଗି ରହିଥିବାରୁ ସେମାନଙ୍କ ହାତୀଗଡରେ ଚିକିତ୍ସା ଚାଲିଥିବା ବେଳେ ସରଡିହାର ଜନୈକ ବ୍ୟକ୍ତ ଜ୍ୱର ଭୋଗୁଥିଲେ ମଧ୍ୟ ସେ ଚିକିତ୍ସା ଲାଗି ଆସୁନଥିବାରୁ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା