ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରିଛି ହିଞ୍ଜିଳି ପୋଲିସ

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା) ଗତ ରବିବାର ଅପରାହ୍ନରେ ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୌରାଞ୍ଚଳ ୬ ନମ୍ବର ଓ୍ବାର୍ଡ ଅଗ୍ନିଶମ କେନ୍ଦ୍ର ପଛପଟେ ଥିବା ବାରାହୀ ପାହାଡ଼ରୁ ଜଣେ ମହିଳାଙ୍କ ଗଳିତ ଶବକୁ ହିଞ୍ଜିଳି ପୋଲିସ ଉଦ୍ଧାର କରିଛି । ମୃତଦେହର ସଠିକ ପରିଚୟ ମିଳି ପାରି ନ ଥିବା ବେଳେ ବ୍ରହ୍ମପୁର ସଦର ଥାନା କୃପାସିନ୍ଧୁପୁର ଶାସନଗାଁର ବିଜୟ ନାୟକଙ୍କ ସ୍ତ୍ରୀ ଲିଲି ନାୟକ (୩୨) ବୋଲି ପୋଲିସ ସନ୍ଦେହ କରୁଛି । ମୃତ ଲିଲି ଦୀର୍ଘ ଦିନ ଧରି ସ୍ଥାନୀୟ ପୌରାଞ୍ଚଳ ୬ନମ୍ବର ଓ୍ବାର୍ଡ ରେ ଭଡା ସୂତ୍ରରେ ରହି ଆସୁଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗଳିତ ଶବକୁ ଉଦ୍ଧାର କରିଛି । ଏ ନେଇ ହିଞ୍ଜିଳି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି ।

ରିପୋର୍ଟ : ରଜତ ପଟ୍ଟନାୟକ