ଉତ୍କଳମଣି ଗୋପବନ୍ଧୁଙ୍କ ତ୍ୟାଗରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ଦୁଃଖୀ ରହିବେ ନାହିଁ : ସୁଶାନ୍ତ ସାବତ

ବ୍ରହ୍ମପୁର(ସମୃଦ୍ଧଓଡିଶା)ନିଜ ପରିବାର ସୁଖ ଦୁଃଖକୁ ଜଳାଞ୍ଜଳି ଦେଇ ସମାଜର ଅସହାୟ, ବନ୍ୟା ପ୍ରପୀଡ଼ିତ ଜନ ସାଧାରଣ ଙ୍କୁ ସେବା କରିବା , ବନବିଦ୍ୟାଳୟ ପ୍ରତିଷ୍ଠା , ସହ ଜନ ସାଧାରଣ ତଥା ରାଜ୍ୟର ବିକାଶ ନିମନ୍ତେ ପତ୍ରିକା, ଖବରକାଗଜ ପ୍ରକାଶନ..ସବୁ କ୍ଷେତ୍ରରେ ଥିଲେ ନିପୂଣ ବିନ୍ଧାଣୀ।ତଙ୍କପରୀ ତ୍ୟାଗ ଓ ନିସ୍ଵାର୍ଥପର ମହାପୁରୁଷ ଙ୍କ ପଥ ଅନୁସରଣ କଲେ ଆମେ ନିଶ୍ଚିତ ଜଣେ ଭଲ ମଣିଷ ହୋଇପାରିବ। ଆଉ ସମସ୍ତେ ମିଳିମିଶି ସମାଜର ଭଲ କାର୍ଯ୍ୟ କଲେ କେହି ଦୁଃଖିରଙ୍କି ଅସହାୟ ରହିବେ ନାହିଁ ବୋଲି ଆଜି ପାଲୁର ଛକ ସ୍ଥିତ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ରେ ପବିତ୍ର ଗୋପବନ୍ଧୁ ଙ୍କ ଜୟନ୍ତୀ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାନ ସଂଘ ସଭାପତି ବିଶିଷ୍ଟ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ସଭାପତି ବିଶିଷ୍ଟ ଶିକ୍ଷାବିତ ଶ୍ରୀ ବିଜୟ କୁମାର ବିଶ୍ୱାଳ ଅଧ୍ୟକ୍ଷତା କରି ଛାତ୍ର ଛାତ୍ରୀ ମାନେ ଉତ୍କଳମଣି ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତି ସସ୍ମିତା ମହାରଥୀ ଧନ୍ୟବାଦ୍ ପ୍ରଦାନ କରିଥିଲେ।ବିଦ୍ୟାଳୟର ଆଚାର୍ଯ୍ୟ। ଓ ଆଚାର୍ଯ୍ୟ ଶ୍ରୀ ଦେବାଶିଷ ବେହେରା, ଗୁରିବାରି ବେହେରା, ପ୍ରମୋଦ ସାହୁ, ସ୍ୱପାନା ସାହୁ, ସନ୍ଧ୍ୟା ପ୍ରଧାନ ସୁଦେଷ୍ଟା ପାଣିଗ୍ରାହୀ,ମାମାଲି ଗୁରୁମା ଓ ଦିପା ଗୁରୂମା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।