ଜଗନ୍ନାଥ କଲେଜର ଏନ୍‌ଏସ୍‌ଏସ୍ ୟୁନିଟ୍‌ର ଆନ୍ତର୍ଜାତିୟ ମହିଳା ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିର ଜଗନ୍ନାଥ ମହିଳା ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍ ୟୁନିଟ୍ ପକ୍ଷରୁ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ ହୋଇ ଯାଇଛି । ଏଥିରେ ପ୍ରାଧ୍ୟାପକ ସାରୋଜ କୁମାର ମହାନ୍ତି ପୌରହିତ୍ୟ କରିଥିଲେ । ଭୋଗରାଇସ୍ଥିତ ଆର୍‌ଆଇଏଚ୍‌ଏସ୍ କଲେଜର ପ୍ରାଧ୍ୟାପକ କେଦାର ସିଂ ଦାସ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜଣେ ନାରୀ ଏକାଧାରରେ ଜାୟା, ଜନନୀ, ଭଗିନୀର ଦାୟିତ୍ୱ ତୁଲାଉଥିବା ବେଳେ ସାମାଜିକ ପ୍ରଥା, ପରମ୍ପରା, ନିତୀ ନିୟମରେ ଜର୍ଜ୍ଜରିତ ହୋଇଥାଏ । ନାରୀର ସୁରକ୍ଷା ଓ ତାର କର୍ତ୍ତବ୍ୟ ସମ୍ପାଦନ ଲାଗି ଅନ୍ୟଜଣେ ନାରୀ ଉପରେ ଦାୟିତ୍ୱ ରହିଥାଏ । ତେଣୁ ସଚେତନତା ସୃଷ୍ଟି ହୋଇ ପାରିଲେ ସେମାନଙ୍କ ସୁରକ୍ଷା ଓ କର୍ତ୍ତବ୍ୟ ବୋଧତା ପ୍ରତିପାଦନ ହୋଇ ପାରିବ ବୋଲି କହିଥିଲେ । ପ୍ରଗ୍ରାମ ଅଫିସର ଉଷାରାଣୀ ଦାସ ମଂଚ ଆହ୍ୱାନ କରିଥିଲେ । ବଳରାମ ଘୋଷ, ମଧୁସୂଦନ ସାମଲ, ଶୁଭସ୍ମିତା ସାହୁ, ରଶ୍ମିତା ସାହୁ ରୁମିରାଣି ପ୍ରଧାନ, ଗୌରି ଶଂକର ପ୍ରଧାନ, ଶୁଭସ୍ମିତା ପାଣି ପ୍ରମୁଖ ମହିଳା ଦିସବର ପ୍ରାସଙ୍ଗିକତା ସଂପର୍କରେ କହିଥିଲେ । ନିଶ୍ଚଳ କୁମାର ଘଡେଇ ସୂଚନା ପ୍ରଦାନ କରିଥିବାର ବେଳେ ରଣଜିତ୍ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା