ଘରକୁଘର ଯୋଗାଣ ହେବ ଔଷଧ ଓ ଆସବାବ ପତ୍ର : ଶସ୍ତା ସୁନ୍ଦର ଆପ୍‌ର ଉଦ୍‌ଘାଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନଂ ଜାତୀୟ ରାଜପଥର ହସ୍‌ପିଟାଲ ବାଇପାସ୍‌ଠାରେ ଆଜି ଅପରାହ୍ନରେ ହେଲ୍‌ଥ ବଡି ମେଡିକାଲ ଷ୍ଟୋରର ଏକ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଛି । ଶାସ୍ତାସୁନ୍ଦର ଏକ ‘ଆପ୍‌’କୁ ଉଦ୍‌ଘାଟନ କରି ପ୍ରଫେସର ଡ. ରମାକାନ୍ତ ଭଂଜ ଏହାର ସତ୍ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଏହାଫଳରେ ଜନସାଧାରଣ ଘରେ ରହି ଫୋନ ଯୋଗେ ଦେଇଥିବା ଅର୍ଡର ବିଶେଷ କରି ଔଷଧପତ୍ର, ଘରୋଇ ଆସବାବପତ୍ର ବିଭିନ୍ନ ବିଳାସବ୍ୟସନ, ଆୟୁର୍ବେଦିକ ଓ ହାର୍‌ବାଲ୍‌., ଏଲୋପାତି ଔଷଧ ଇତ୍ୟାଦି ପାଇପାରିବେ ବୋଲି ସେ ସୂଚନା ଦେଇଥିଲେ । ଏହାର ମେନେଜିଙ୍ଗ ଡିରେକ୍ଟର ଅକ୍ଷୟ କୁମାର ପ୍ରଧାନ ଅଧ୍ୟକ୍ଷତା କରି ଜଳେଶ୍ୱରରେ ଏହି କାର୍ଯ୍ୟକ୍ରମ ସମଗ୍ର ଓଡିଶାରେ ପ୍ରଥମ ବୋଲି ବର୍ଣ୍ଣନା କରିବା ସହ ଦେଶର ଅନ୍ୟରାଜ୍ୟଗୁଡିକରେ ଉପଲବ୍ଧ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜଗଦୀଶ କୁମାର ନନ୍ଦୀ, ଶରତ ପରିଡା, ଡ. ଶଶାଙ୍କ ପାଣିଗ୍ରାହୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହାର ଡିରେକ୍ଟର ଜଗନ୍ନାଥ ଦେ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା