ଜଗନ୍ନାଥପ୍ରସାଦ ବ୍ଲକରେ ଭିଜିଲାନ୍ସ ଟିମ…

ଭଞ୍ଜନଗର/ଜଗନ୍ନାଥପ୍ରସାଦ (ସମୃଦ୍ଧ ଓଡିଶା) ଆଜି ଜଗନ୍ନାଥ ପ୍ରସାଦ ବ୍ଲକରେ ବ୍ରହ୍ମପୁର ଭିଜିଲାନ୍ସ ତରଫରୁ ଇନ୍ଦିରା ଆବାସ ଯୋଜନାର ଅନିୟମିତତା ନେଇ ଖୋଳତାଡ ଆରମ୍ଭ ହୋଇଛି । ଭିଜିଲାନ୍ସ ଅଧିକାରୀ “ଏଚ କୁଲୁ” ଇନ୍ଦିରା ଆବାସର ବହୁ ଫାଇଲର ତଦନ୍ତ କରିଛନ୍ତି । ଇନ୍ଦିରା ଆବାସ ଦାୟିତ୍ୱ ବୁଝୁ ଥିବା କିରାଣି ଅନୁପସ୍ଥିତ ଥିବା ଯୋଗୁଁ ସମସ୍ତ ଫାଇଲ ବିଷୟରେ ତଦନ୍ତ ହୋଇ ପାରିନାହିଁ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ପୁଣି ଦଦନ୍ତ କରା ଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ତଦନ୍ତ ହେଲେ ଇନ୍ଦିରା ଆବାସରେ ହୋଇଥିବା ବ୍ୟାପକ ଦୁର୍ନୀତିର ଫର୍ଦାଫାସ ହୋଇ ପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।