ଛୋଟ ତେନ୍ତୁଳିରେ ଅବସରକାଳୀନ ସବର୍ଦ୍ଧନା ସଭା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଛୋଟ ତେନ୍ତୁଳି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ଗଁଦିଆ ବ୍ଲକର) ପ୍ରଧାନ ଶିକ୍ଷକ ହେମନ୍ତ କୁମାର ବ୍ରହ୍ମ ମଇ ମାସ ୩୧ ତାରିଖ ଦିନ ଅବସର ଗ୍ରହଣ କରିଥିଲେ । ଏଣୁ ବିଦ୍ୟାଳୟ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଓ ପରିଚାଳନା ପରିଷଦ ତରଫରୁ ଏକ ଅବସରକାଳୀନ ସବର୍ଦ୍ଧନା ସଭା ସମନ୍ୱୟ କମିଟି ସଭାପତି ଶ୍ରୀକାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଗଁଦିଆ ରମାକାନ୍ତ ବାରିକ ମୁଖ୍ୟବକ୍ତା ରୂପେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ସମ୍ମାନିତ ଅତିଥି ସମନ୍ୱୟ କମିଟି ସମ୍ପାଦକ ଅକ୍ଷୟ କୁମାର ମିଶ୍ର, ସ୍ଥାନୀୟ ସି.ଆର.ସି.ସି ବିଚିତ୍ରା ନନ୍ଦ ଦାଶ, ଶିକ୍ଷକ ନେତା ପ୍ରମୋଦ କୁମାର ସାହୁ ଅଂଶ ଗ୍ରହଣ କରି ଉଦବୋଧନ ଦେଇଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ପୃଷ୍ଟି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଗୋପବନ୍ଧୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ହରପ୍ରସାଦ ସେଠି, ଶ୍ରୀକାନ୍ତ ମର୍ଦରାଓ ଭୂୟାଁଙ୍କ ସମେତ କ୍ଲଷ୍ଟରର ଶିକ୍ଷୟତ୍ରୀ ଉପସ୍ଥିତ ଦେଇଥିଲେ । ବିଦ୍ୟାଳୟ ତରଫରୁ ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ମାନପତ୍ର ଉପଢୌକନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ବଲଙ୍କେଶ୍ୱର ସେଠି, ଜିତେନ୍ଦ୍ର ଖଟୁଆ, କାଞ୍ଚନବାଳା ମହାନ୍ତି ସହଯୋଗ କରିଥିଲେ । ପରିଚାଳନା ପରିଷଦ ସଭାପତି ସୁଲୋଚନା ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।

ରିପୋର୍ଟ : ଶୁଭମ କୁମାର ପାଣି