ଚଢେୟାପଲ୍ଲୀ ୨ହତ୍ୟାକାଣ୍ଡ ଘଟଣା:୩ ଗିରଫ ସହ ଟ୍ରକ ଜବତ….

ଛତ୍ରପୁର(ସମୃଦ୍ଧ ଓଡିଶା)ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଚଢେୟାପଲ୍ଲୀରେ ଗତ ୧୨ ତାରିଖରେ ଦିନ ଘଟିଥିବା ୨ ହତ୍ୟାକାଣ୍ଡ ଘଟଣାରେ ଆଜି ପୋଲିସ୍ ୩ ଜଣକୁ ଗିରଫ୍ କରିବା ସହ ସମ୍ପୃକ୍ତ ଟ୍ରକକୁ ଜବତ କରିଥିବା ଖବର ମିଳିଛି । ସୂଚନା ଅନୁଯାଇ ଗତ ୧୨ ତାରିଖ ଦିନ କୃଷ୍ଣ ନାଇକ ଓ ରାମ ଗୌଡ଼କୁ ଟ୍ରକ ଚଢାଇ ଅତି ଜଘନ୍ୟ ଭାବେ ହତ୍ୟା କରାଯାଇଥିଲା । ଏହି ମାମଲାରେ ଜଗନ୍ନାଥ ପ୍ରସାଦ ପୋଲିସ ତଦନ୍ତ କରି ଆଜି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଟୁକୁ ପାଢ଼ୀ ସମେତ ଜଗା ପାଣିଗ୍ରାହୀ ଓ ଧନୁ ଦାଶକୁ ଗିରଫ କରି ଭଞ୍ଜନଗର କୋର୍ଟକୁ ଚାଲାଣ କରିଛି ଏବଂ ହତ୍ୟାକାଣ୍ଡରେ ବ୍ୟବହୃତ ଟ୍ରକ ଓଡି୦୭ଏନ ୯୯୭୭କୁ ମଧ୍ୟ ଜବତ କରିଛି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଟୁକୁ ପାଢ଼ୀ ସେହି ଗ୍ରାମର କାହ୍ନୁ ଗୌଡ଼କୁ ଦୁଇଟି ଟ୍ରକ ବିକ୍ରି କରିଥିଲା କିନ୍ତୁ ଗାଡିର କାଗଜ ପତ୍ର ନ ଦେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇ ଶତ୍ରୁତା ଆରମ୍ଭ ହୋଇଥିଲା । ଏହି ଶତୃତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ପୋଲିସ ତଦନ୍ତରୁ ଜଣାଯାଇଛି ।

ରିପୋର୍ଟ :ଜିଲ୍ଳା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା