ଛତ୍ରପୁର ସହର ଦୈନିକ ହାଟର ନୂତନ କୋଠା ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆନ୍ତର୍ଜାତିକ ପର୍ଯ୍ୟଟନକ୍ଷେତ୍ରର ଏକ ସ୍ୱତନ୍ତ୍ରସ୍ଥାନରେ ମାନ୍ୟତା ପାଇଥିବା ବନ୍ଦର ସହର ଗୋପାଳପୁର, ଗଞ୍ଜାମ ଜିଲ୍ଲାମହକୁମା ଛତ୍ରପୁର ପ୍ରଶାସନିକ ଦପ୍ତରାଞ୍ଚଳର ହବ ଭାବେ ପରିଗଣିତ ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶାର ବାଣିଜ୍ୟର ପ୍ରାଣକେନ୍ଦ୍ର ଭାବେ ବ୍ରହ୍ମପୁର ସହର ବିଖ୍ୟାତ ଲାଭ କରିଆସିଛି । ତେବେ ଏହି ତିନୋଟି ସହରରେ ବସବାସ କରୁଥିବା ଜନସାଧାରଣଙ୍କ ମଧ୍ୟରେ ପରସ୍ପର ଅନୁପୂରକ ଓ ପରିପୂରକ ଭାବେ ଯୋଗସୂତ୍ର ରହିବା ଆବଶ୍ୟକ । ସମଭାବେ ସୌହାର୍ଦ୍ଧ୍ୟପୂର୍ଣ୍ଣ ସମ୍ପର୍କ ରହିଲେ ଗଞ୍ଜାମଜିଲ୍ଲାର ସାମାଜିକ ଓ ଭୌଗଳିକସ୍ତରରେ ଏକ ବୃହତ୍ତର ସ୍ୱାର୍ଥ ହାସଲ ହେବ । ବିବିଧ ଉନ୍ନତି କ୍ଷେତ୍ରରେ ଅନ୍ୟ ଏକ ସ୍ୱର୍ଣ୍ଣତ୍ରିଭୁଜ ଭଳି କ୍ଷେତ୍ର ସୃଷ୍ଟି କରିବ ବୋଲି ବିଶିଷ୍ଟ ରାଜନୈତିକ ଗବେଷକ ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଛତ୍ରପୁରସହର ଠାରେ ଆୟୋଜିତ ସ୍ୱାୟତ ଶାସନଦିବସ ସାମାରୋହରେ ତାଙ୍କ ବକ୍ତବ୍ୟରେ ତାତ୍ତ୍ଵିକ ଆଲୋଚନା ଦେଇଛନ୍ତି । ବର୍ଣ୍ଣାଢ୍ୟ ସମାରୋହରେ ମୁଖ୍ୟଅତିଥୀ ଭାବେ ଯୋଗଦେଇଥିବା ସାଂସଦ ଶ୍ରୀ ସାହୁ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ଏବଂ ସ୍ୱଚ୍ଛସାଥୀ, ମିଶନଶକ୍ତି ଭଉଣୀ ତଥା ସ୍ବେଚ୍ଛାସେବୀ ଭାଇ ଭଉଣୀଙ୍କୁ ମାନପତ୍ର ଓ ପୁରସ୍କାରଦେଇ ପ୍ରସଂଶନୀୟର ସହ ଉତ୍ସାହିତ କରିଥିଲେ । ପୋୖରଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ପୋୖରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥୀ ଭାବେ ଛତ୍ରପୁର ବିଧାୟକ ସୁବାସଚନ୍ଦ୍ର ବେହେରା, ଜିଲ୍ଲାପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ୱ.କୀର୍ତ୍ତି ଭାଷନ, ଜିଲ୍ଲା ସହାରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଥାନାଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ପ୍ରାକ୍ତନ ନଗରପାଳ ରାମଚନ୍ଦ୍ର ବେହେରା ପ୍ରମୁଖ ବହୁଗଣ୍ୟମାନ୍ୟବ୍ୟକ୍ତି ଯୋଗଦାନ କରି ସକ୍ରୀୟ ଭୂମିକା ଗ୍ରହଣ କରିଥିଲେ । ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍.ଗଣେଶ ବାବୁ କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା କରିଥିବା ବେଳେ ଉପାଧ୍ୟକ୍ଷ ଜି.ପାପା ରାଓ ଧନ୍ୟବାଦ ଜଣାଇଥିଲେ । ଉକ୍ତ ଦିବସ ଅଵସରରେ ପ୍ରାରମ୍ଭରେ ମୁଖ୍ୟଅତିଥୀଙ୍କ ଦ୍ଵାରା ଆନୁଷ୍ଠାନିକ ଜାତୀୟପତାକା ଉତ୍ତୋଳନ ପରେ ଆନୁଷ୍ଠାନିକ ସଭା, ସହରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ, ଛତ୍ରପୁର ସହର ଦୈନିକ ହାଟର ନୂତନ କୋଠା ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ଆଦି ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା