କାଶୀନଗରରେ ସେଲଫି ପୋଇଣ୍ଟ ଉଦଘାଟନ କଲେ ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ…

ଗଜପତି (ସମୃଦ୍ଧ ଓଡିଶା) ଆଜି ଗଜପତି ଜିଲ୍ଲା କାଶୀନଗର ବ୍ଲକ ଓ କାଶିନଗର ଏନଏସି ସେଲଫି ପୋଇଣ୍ଟ ଶୁଭ ଭିତ୍ତି ପ୍ରସ୍ତର ମାନ୍ୟବର ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କର କମଳରେ କରାଗଲା ଏହି କାର୍ଯ୍ୟକ୍ରମରେ ହାଇଟେକ ଅଧ୍ୟକ୍ଷ ଡ଼କ୍ଟର ତ୍ରିରୁପତି ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତି ବାଲ୍ଲା ସାୟାମ୍ମା, କାଶିନଗର ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଏମ. ସୁଧାରଣୀ କାଶିନଗର ଏନଏସି ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ, କାଶିନଗର ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଦସ୍ୟ ଏବଂ କାଶିନଗର ଏନଏସିର ସମସ୍ତ କାଉନ୍ସିଲୋର, ବିଜୁ ଜନତା ଦଳ କର୍ମୀ ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଏହି ସେଲଫି ପୋଇଣ୍ଟଟି ଦୀର୍ଘ ୬ ମାସ ହେବ କାର୍ଯ୍ୟ ଚାଲିଥିଲି । ଆଜି ଉଦଘାଟନ ହୋଇଥିବାରୁ ସ୍ଥାନୀୟ ଲୋକେ ଉତ୍ସାହିତ ଥିବା ଜଣାପଡିଛି । ଉଦଘାଟନ ହେବା ପରେ ବହୁ ସ୍ଥାନୀୟ ଲୋକେ ଆସି ଫୋଟ ଉଠେଇଥିବା ଦେଖିବାକୁ ମିଳିଛି । ଏହିପରି ଗୁଡାଏ ଉର୍ଣ୍ଣତମୂଳକ କାର୍ଯ୍ୟ କରିଥିବାରୁ ସ୍ଥାନୀୟ ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରିପୋର୍ଟ : କୃଷ୍ଣ କୁମାର ବେହେରା