ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଜ୍ଞାନ ବିଜ୍ଞାନ ମେଳା ସମାପନ ଉତ୍ସବରେ ପ୍ରମୁଖ ଅତିଥି ଙ୍କ ଯୋଗଦାନ….

ଛତ୍ରପୁର (ସମୃଦ୍ଧ ଓଡିଶା) ଶ୍ରୀରାମ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଜ୍ଞାନ ବିଭାଗର ପ୍ରମୁଖ ଆଚାର୍ଯ୍ୟ ହରିପ୍ରିୟା ଚୌଧୁରୀଙ୍କ ତତ୍ୱାବଧାନରେ ଜ୍ଞାନ ବିଜ୍ଞାନ ମେଳା ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏହି ଜ୍ଞାନ ବିଜ୍ଞାନ ମେଳାରେ ମୁଖ୍ୟ ଅତିଥି ଭାବେ ଖଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ (ଉଦ୍ଭିଦ ବିଜ୍ଞାନ ପ୍ରମୁଖ) ଡ଼ଃ. ମମତା ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରଜନୀକାନ୍ତ ପଟ୍ଟନାୟକଙ୍କ ସଭାପତିତ୍ୱ ଅନୁଷ୍ଠିତ ଏହି ସମାରୋହରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ଟି.ଭେଙ୍କଟ କୃଷ୍ନାୟା ସଂଯୋଜନା କରିଥିଲେ । ଏହି ବିଜ୍ଞାନ ମେଳାରେ ୧ମ ରୁ ୧୦ମ ଶ୍ରେଣୀର ମୋଟା ୯୦୦ଜଣ ଶିଶୁ ପ୍ରତିଭାଗୀ ଅଂଶ ଗ୍ରହଣ କରିଥିଲେ । ସ୍ଥାନୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ୨୫ ଜଣ ଅଭିଜ୍ଞ ବିଜ୍ଞାନ ଶିକ୍ଷକ, ଅଧ୍ୟାପକମାନେ ଶିଶୁ ମାନଙ୍କ ଦକ୍ଷତା ପରୀକ୍ଷାକୁ ନିରପକ୍ଷ ମୂଲ୍ୟାୟନ କରିଥିଲେ । କାର୍ଯ୍ୟକ୍ରମରେ ଶେଷ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୋଲିସ ହାଇସ୍କୁଲ ପ୍ରଧାନ ଶିକ୍ଷକ ଭାଗିରଥି ସ୍ୱାଇଁ, ମୁଖ୍ୟବକ୍ତା ଭାବେ ତୁଳସୀରାମ ମେହେର, ସମ୍ମାନିତ ଅତିଥି ଭାବେ ବିଶ୍ୱନାଥ ପଣ୍ଡା, ମନୋଜ କୁମାର ତ୍ରିପାଠୀ, ଜଗନ୍ନାଥ ମିଶ୍ର, ସୂର୍ଯ୍ୟନାରାୟଣ ଦାସ, ଅଶୋକ କୁମାର ଆଚାର୍ଯ୍ୟ, ବିଜୟଲକ୍ଷ୍ମୀ ରଥ, ଅରୁଣା ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ । କୃତି ପ୍ରତିଭାମାନଙ୍କୁ ଶେଷରେ ପୁରସ୍କାର ପ୍ରଦାନ କରାଯାଇଥିଲା । ବରିଷ୍ଠ ବିଜ୍ଞାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଶତପଥୀ ବୃତ୍ତ କଥନ କରିଥିବା ବେଳେ ଆଚାର୍ଯ୍ୟ ଏସ.ତ୍ରିନାଥ ରେଡ୍ଡୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ବରିଷ୍ଠ ଆଚାର୍ଯ୍ୟ ଟି.ସୁରେଶ କୁମାରୀ ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ସମସ୍ତ ଗୁରୁଜୀ, ଗୁରୁମା, ଅଭିଭାବକ, ଅଭିଭାବିକା, ସେବକ, ସେବିକା ସହ ପରିଚାଳନା କମିଟିର ସମସ୍ତ ସଦସ୍ୟ ପୂର୍ଣ ଅଂଶଗ୍ରହଣ କରି ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା