ଅଗ୍ରୱାଲା ବିଦ୍ୟାପୀଠ ପୋଖରୀ ତୁଠରେ ନାହିଁ ଚେଜିଂ ରୁମ୍ : ୨ଲକ୍ଷ ଟଙ୍କା ବିଲ ପୈଠ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରବ୍ଲକର ବିଭିନ୍ନ ପଂଚାୟତର କେତେକ ଉନ୍ନୟନ ମୂଳକ କାର୍ଯ୍ୟରେ ଦୁର୍ନିତୀ ସଂପର୍କରେ ଅଭିଯୋଗ ହୋଇ ଆସୁଛି । ନୂତନକରି ସୃଷ୍ଟି ହୋଇଥିବା ଗୋବରଘଟା ପଂଚାୟତର ଅଗ୍ରୱାଲା ବିଦ୍ୟାପୀଠସ୍ଥିତ ଏକ ପୋଖରୀ ତୁଠ ନିର୍ମାଣରେ ବ୍ୟାପକ ଅନିୟମିତତା ଦେଖା ଦେଇଛି । ପୋଖରୀ ହୁଡାଠାରୁ ପାଣିସ୍ତର ପର୍ଯ୍ୟନ୍ତ ପାହାଚ ହେବାକୁ ଥିବା ବେଳେ କାର୍ଯ୍ୟତଃ ତାହା ହୋଇ ନାହିଁ । ଫଳରେ ଛାତ୍ରଛାତ୍ରୀମାନେ ପୋଖରୀକୁ ଗଲେ ଦୁର୍ଘଟଣା ଘଟିବାର ସମ୍ଭବାନା ରହିଛି । ଆଲୋଚ୍ୟର ବିଷୟ ଏହି ଯୋଜନାରେ ପୋଖରୀ ତୁଠ ସହିତ ଏକ ଚେଞ୍ଜି ରୁମ୍ (ଗାଧୁଆ ଘର) ନିର୍ମାଣ ହେବାର ଏଷ୍ଟିମେଟ୍ରେ ଥିଲେ ସୁଦ୍ଧା ତାହା ନିର୍ମାଣ ହୋଇନାହିଁ । ଫଳରେ ସେଠାରେ ଖର୍ଚ୍ଚ ହେବାକୁଥିବା ୨ଲକ୍ଷ ଟଙ୍କା ବାରମାରଣ ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା