ଛତ୍ରପୁର ମୁଖ୍ୟ ଡାକଘର ଆନୁକୂଲ୍ୟରେ ପାଳିତ ହେଲା ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଛତ୍ରପୁର ମୁଖ୍ୟ ଡାକ ପ୍ରାଙ୍ଗଣରେ ବିଶେଷ ଡାକ ମୋହର ରଦ୍ଦକରଣ, ଔଷଧୀୟ ବୃକ୍ଷରୋପଣ, ସାମୁହିକ ଯୋଗ ଅଭ୍ୟାସ ତଥା ଶପଥପାଠ ଅନୁଷ୍ଠିତ ହୋଇଯାଇଛି । ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ସଂସ୍କୃତିର ଯୋଗ ପରମ୍ପରାକୁ ବିଶ୍ଵଜନୀନ କରିବା ସକାଶେ ତଥା ଆଜିର ଦିବସକୁ ଚିର- ସ୍ମରଣୀୟ କରିବା ସକାଶେ ସାରା ଭାରତରେ ୮୧୦ଟି ପ୍ରଧାନ ଡାକଘରେ ଏହି ଦିବସରେ ବୂକିଙ୍ଗ ଓ ପୋଷ୍ଟିଙ୍ଗ ତଥା ଡେଲିଭେରୀ ପାଇଁ ଉଦ୍ଧିଷ୍ଠ ସମସ୍ତ ଚିଠି ଡାକ ମୋହର ଉପରେ ରୂପାଙ୍କିତ ତଥା ଇଂରେଜୀ ଓ ହିନ୍ଦୀ ଭାଷାରେ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଲେଖା ଥିବା ଏକ ମୋହର ଦ୍ୱାରା ରଦ୍ଦକରଣ କରାଯାଇଛି l ଏହି ସର୍ବ ବୃହତ ଏକକାଳୀନ ଡାକ ମୋହର ରଦ୍ଦକରଣରୁ ଲବ୍ଧ ଚିଠି ଓ ମୁଦ୍ରା ସାରା ବିଶ୍ୱର ଡାକ ଟିକଟ ସଂଗ୍ରହରେ ରୁଚି ରଖୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ, ଡାକ-ଟିକଟ ସଂଗ୍ରlହକ ମାନଙ୍କ ପାଇଁ ଖୁବ ଉପାଦେୟ ହେବା ସଂଗେ ସଂଗେ ଏହି ଦିବସର ମହତ୍ତ୍ୱ ଚିରସ୍ମରଣୀୟ ହୋଇ ରହିବ l ଏହି ଅବସରରେ ଛତ୍ରପୁର ମୁଖ୍ୟ ଡାକଘର ପ୍ରାଙ୍ଗଣରେ ବ୍ରହ୍ମପୁର ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀଙ୍କର ଆହ୍ୱାନ କ୍ରମେ ମୁଖ୍ୟ ଡାକପାଳ ଅଶ୍ୱିନୀ କୁମାର ସ୍ୱାଇଁଙ୍କ ପୌରାହିତ୍ୟରେ ତଥା ସହକାରୀ ଡାକ ଅଧିକ୍ଷକ କୀରଣ ମାଳା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବିଶେଷ ରଦ୍ଦ କରଣ ସାଙ୍ଗକୁ ସାମୁହିକ ଯୋଗ ଅଭ୍ୟାସ, ଔଷଧୀୟ ଚାରା ରୋପଣ ଓ ଡିଜିଟାଲ ୱେ-ରେ” ଯୋଗ ସହିତ ରୁହ, ଘରେ ରୁହ ସୁସ୍ଥ ରୁହ ” ଏହି ବାର୍ତ୍ତା ଦିଆଯାଇଛି । ଏଥି ସହ ଶପଥପାଠ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଏ.ପି.ଏମ. ବି. ରାମୁଡୁ, ଦୁର୍ଗା ସାବତ, ଯୋଗେନ୍ଦ୍ର ଗୌଡ଼, ଟ୍ରେଜରର ଶତ୍ରୁଘ୍ନ ନାହାକଙ୍କ ସମେତ ସବୁ ଡାକକର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶ ଗ୍ରହଣ କରିଥିବା ବେଳେ ବ୍ରହ୍ମପୁର ଡାକମଣ୍ଡଳ ବ୍ୟବସାୟିକ କାର୍ଯ୍ୟନିର୍ବାହୀ ଗୌର ହରି ପଣ୍ଡା, ପରିଚାଳନା ପୂର୍ବକ ଏହି ବହୁମୁଖୀ କାର୍ଯ୍ୟକ୍ରମ ଦ୍ୱାରା ଡାକ ବିଭାଗ ଡାକ ଟିକଟ ସଂଗ୍ରହ ଅଭ୍ୟାସକୁ ଛାତ୍ରଛାତ୍ରୀମାନଙ୍କ ଉତ୍ସର୍ଗୀକୃତର ସହ ସଚେତତା କରାଯାଇ ଯୋଗ ଅଭ୍ୟାସ ଦ୍ୱାରା ମାନସିକ ଓ ଶାରୀରିକ ସୁସ୍ଥ ରହିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ସର୍ବୋପରି ଔଷଧୀୟ ଚାରା ରୋପଣ ଓ ତା’ର ଯତ୍ନ ତଥl ଉପଯୋଗ ପୂର୍ବକ ସମାଜକୁ ସୁସ୍ଥ ଓ ନିରାମୟ ରଖିବା ସକାଶେ ଜନମାନସରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ l