ଛତ୍ରପୁର ବ୍ଲକରେ ମୋଟ ୨୮୨ଟି ବୁଥରୁ ୯ଟି ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଚଳିତ ମାସ ୧୬ରୁ ୨୪ଯାଏଁ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ପୋଲିସ୍ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତ ମାସ ୨୦ ତାରିଖ ଦିନ ଏଠାରେ ନିର୍ବାଚନ ନିମନ୍ତେ ତାରିଖ ଧାର୍ଯ୍ୟ କରାଯାଇଛି । ବ୍ଲକ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ସମ୍ବେଦନଶୀଳ ବୁଥ୍ ଗୁଡିକ ଚିହ୍ନଟ କରାଯାଇଛି । ଛତ୍ରପୁର ବ୍ଲକରେ ମୋଟ ୨୮୨ଟି ବୁଥ୍ ମଧ୍ୟରୁ ୯ଟି ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି । ବ୍ଲକର ୧୮ଟି ପଞ୍ଚାୟତର ସରପଞ୍ଚ ସମିତି ଓ ୱାର୍ଡସଭ୍ୟ ଓ ୩ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ପ୍ରାର୍ଥମାନେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ରହିଥିବା ବେଳେ ୫୭ଜଣ ସରପଞ୍ଚ, ୪୭ଜଣ ସମିତିସଭ୍ୟ ଓ ୨୪୭ଜଣ ୱାର୍ଡସଭ୍ୟ ପ୍ରାର୍ଥୀ ରହିଛନ୍ତି । ମୋଟ ୧ଲକ୍ଷ ୧୩ହଜାର ୪୫୬ଜଣ ଭୋଟର ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସେଥି ମଧ୍ୟରୁ ପୁରୁଷ ଭୋଟର ୫୭୭୩୨, ମହିଳା ଭୋଟର ୫୫୭୨୦ ଓ ତୃତୀୟ ଲିଙ୍ଗୀ ଭୋଟର ୪ଜଣ ରହିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା