ଛତ୍ରପୁର ଥାନା ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଗକୁ ପଞ୍ଚାୟତ ନିର୍ବାଚନ ଯୋଗୁଁ ସୁରକ୍ଷା ବ୍ୟବସ୍ଥା ନେଇ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଓ ଭିକାରିପଲୀ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ଛତ୍ରପୁର ଥାନା ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯିବା ସହ ଲୋକଙ୍କୁ ନିର୍ବାଚନ କମିଶନଙ୍କ ଗାଇଡଲାଇନ୍‌ ସମ୍ପର୍କରେ ସଚେତନ କରାଯାଇଥିଲା । ଏହାସହ ଗାଁରେ ଅଧିକ ଗହଳି ନ କରିବା, କୋଭିଡ ନିୟମ ପାଳନ କରିବା, ମାସ୍କ ପରିଧାନ କରିବାକୁ ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ର ସହାୟତାରେ ଅବଗତ କରାଯିବା ସହ ଏଥିରେ ସହଯୋଗ କରିବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା