ଛତ୍ରପୁର ଓକିଲ ସଙ୍ଘ ନିର୍ବାଚନରେ ସଭାପତି ଭାବେ ପ୍ରଦୀପ ପାଢ଼ୀ ଓ ସମ୍ପାଦକ ଭାବେ ଏଲ୍ ଗୋପାଲ୍ ରାଓ ନିର୍ବାଚିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଓକିଲ ସଙ୍ଘ ପକ୍ଷରୁ ନିର୍ବାଚନ ଶେଷ ହୋଇଛି । ୨୦୨୦ ମାର୍ଚ୍ଚ ମାସରେ ହେବାକୁ ଥିବା ନିର୍ବାଚନ କରୋନା ଯୋଗୁଁ ସ୍ଥଗିତ ରହିଥିଲା । କରୋନା କଟକଣା ଭିତରେ ନିର୍ବାଚନ ଶେଷ ହୋଇଥିବା ବେଳେ ୧୦ ଜଣ ଏହି ନିର୍ବାଚନ ପାଇଁ ଭାଗ ନେଇଥିଲେ । ସଭାପତି ପଦ ପାଇଁ ପ୍ରଦୀପ କୁମାର ପାଢ଼ୀ ୧୦୦ ଭୋଟ ପାଇ ସଭାପତି ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି ଡମିନାଥ ସାହୁ ୬୫ ଭୋଟ ପାଇ ଉପସଭାପତି ନିର୍ବାଚିତ ହୋଇଛନ୍ତି । ସେହିପରି ସମ୍ପାଦକ ଭାବେ ଏଲ.ଗୋପାଳ ରାଓ ୮୮ ଭୋଟ ପାଇ ସମ୍ପାଦକ ନିର୍ବାଚିତ ହୋଇଛନ୍ତି । ସେହିପରି ପାଠାଗାର ସମ୍ପାଦକ ଭାବେ ଶୁରେସ କୁମାର ପଟ୍ଟନାୟକ ୧୧୨ ଖଣ୍ଡ ଭୋଟ ପାଇ ଲାଇବ୍ରେରୀର ସେମିନାର୍ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନକୁ ପରିଚାଳନା କରିଥିଲେ ସନ୍ତୋଷ କୁମାର ସାହୁ. ସଞୟ କୁମାର ବେହେରା. ସି ହେଚ୍ ଶୁରିଆ ନାରାୟଣ ରେଡି ସମସ୍ତଙ୍କ ନାମ ଘୋଷଣା କରିଥିଲେ । ଏହି ଅବସରରେ ପୂର୍ବତନ ସଭାପତି ରେଡି ବାବୁ ଓ ବିଶିଷ୍ଟ ଅକିଲ ଗୋକୁଳ ଚନ୍ଦ୍ର ପଣ୍ଡା ସମସ୍ତ ନିର୍ବାଚିତ ସଦସ୍ୟଙ୍କୁ ସୁବେଛା ଜଣାଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା