ଗଞ୍ଜାମ ଜିଲ୍ଲା ଓକିଲ ସଂଘର ସଭାପତି ଭାବେ ନିର୍ବାଚିତ ହେଲେ କପିଳେଶ୍ଵର ପଟ୍ଟନାୟକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ଗଞ୍ଜାମ ଓକିଲ ସଂଘର ସଭାପତି ଭାବେ କପିଳେଶ୍ୱର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବେ ବସନ୍ତ ରାଉତ ବିଜୟ ହୋଇଥିବା ବେଳେ ସମ୍ପାଦକ ଭାବେ ରାମକୃଷ୍ଣ ମହାରଣା ବିଜୟ ଲାଭ କରିଛନ୍ତି । ସହ-ସମ୍ପାଦକ ଭାବେ ଶ୍ରୀଧର ସାହୁ ନିର୍ବାଚିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଓକିଲ ସଂଘର ନିର୍ବାଚନରେ ବିଜୟ ଲାଭ କରିଥିବା ନବ ନିର୍ବାଚିତ ସଭାପତି, ଉପସଭାପତି, ସଂପାଦକ ଓ ସହ ସଂପାଦକଙ୍କୁ ବିଭିନ୍ନ ମହଲ ସମ୍ବର୍ଦ୍ଧନା ଦିଆଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା