ଛତ୍ରପୁର ଓକିଲ ସଂଘ ଓ ଶଙ୍କର ନେତ୍ରାଳୟ ମିଳିତରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର…

ଛତ୍ରପୁର (ସମୃଦ୍ଧ ଓଡିଶା) ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଛତ୍ରପୁର ଓକିଲ ସଂଘ ଓ ଶଙ୍କର ନେତ୍ରାଳୟ ମିଳିତ ଅନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢ଼ୀଙ୍କ ନେତୃତ୍ୱରେ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ ପ୍ରାୟ ୮୧ ଜଣ ଆଇନଜୀବୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ୩୩ ଜଣ ଆଇନଜୀବୀଙ୍କୁ ଚଷମା ଦିଆଯାଇଥିବା ବେଳେ ବାକି ୩୩ ଜଣଙ୍କୁ ଶଙ୍କର ନେତ୍ରାଳୟ ଛତ୍ରପୁର ଶାଖାକୁ ଉତ୍ତମମାନର ପରୀକ୍ଷା କରିବା ଲାଗି ରେଫର କରାଯାଇଛି । ସେହିପରି ୬ ଜଣଙ୍କୁ ପରଳ ଅସ୍ତ୍ରପଚାର ପାଇଁ ପଠାଯିବାକୁ ସ୍ଥିର ହୋଇଛି । ଶଙ୍କର ନେତ୍ରାଳୟର ଆଇନ ପରାମର୍ଶଦାତା ବି.ଶ୍ରୀନିବାସ, ବରିଷ୍ଠ ଚକ୍ଷୁ ନିରୀକ୍ଷକ ବିଶ୍ୱ ପ୍ରକାଶ ସାମଲ, କ୍ୟାମ୍ପ ମ୍ୟାନେଜର ନଳୀନିକାନ୍ତ ରାଉତ, ଗିରିଶ ପାତ୍ର, ଦେବସ୍ମିତା ମହାପାତ୍ର, ମୁନା ରାଓ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଚକ୍ଷୁ ପରୀକ୍ଷା ଓ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକୁ ପରିଚାଳନାରେ ସାହାଯ୍ୟ କରିଥିଲେ ଛତ୍ରପୁର ଓକିଲ ସଂଘର ସମ୍ପାଦକ ଏଲ.ଗୋପାଲ, ଉପସଭାପତି ଡମିନାଥ ସାହୁ, ଲାଇବ୍ରେରୀ ସମ୍ପାଦକ ସୁରେଶ କୁମାର ପଟ୍ଟନାୟକ, ସୁରେଶ ସେନାପତି, ପ୍ରଦୀପ ପାତ୍ର, ସଞ୍ଜୟ ବେହେରା, ବାବୁ ନାହାକ, ଦେବରାଜ ସାହୁ, ଶଶୀ ପଟ୍ଟନାୟକ, ଜୟନ୍ତ ବେହେରା, ଶ୍ୟାମ ସୁନ୍ଦର ରାଓ, ମନୋଜ ବେହେରା ପ୍ରମୁଖ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା