ଛତ୍ରପୁର ଏନଏସିରେ ଭତା ବଣ୍ଟନ କାର୍ଯ୍ୟକ୍ରମ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଏନଏସି ପକ୍ଷରୁ ଏନଏସି କାର୍ଯ୍ୟାଳୟ ପରିସରରେ କାର୍ଯ୍ୟ ନିର୍ବାହ ଅଧିକାରୀ ଏନ୍‌. ଗଣେଶ ବାବୁଙ୍କ ଅଧ୍ୟକ୍ଷତାରେ ଏକ ଭତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଧୁବାବୁ ପେନସନ୍ ଯୋଜନାର ବିଭିନ୍ନ ବର୍ଗର ୭୦ଜଣ ନୂତନ ହିତାଧିକାରୀମାନଙ୍କୁ ଭତା ବଣ୍ଟନ କରି ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଏନଏସିର ପୂର୍ବତନ କାଉନସିଲର ବି. ରାଜି ବାବୁ ଓ ରାଜେଶ କୁମାର ସାହୁ, ଯୁବ ନେତା ଅଟଳ ବିହାରୀ ପଟ୍ଟନାୟକ, ସନମୁଖ ପଟ୍ଟନାୟକ, ଆଇନଜୀବୀ ବି. ଶ୍ରୀନିବାସ, ସରକାରୀ ଆଇନଜୀବୀ ସୁରେଶ ପଣ୍ଡା, କାଳୀ ପ୍ରସାଦ ଦାସଓ ଡ଼ମିନାଥ ସାହୁ, ଆଇନଜୀବୀ ଏଲ୍‌. ଗୋପାଳପୁର ରାଓ ଏବଂ ଏନଏସିର ଗୋଷ୍ଠୀ ଅଧିକାରିଣୀ କବିତାରାଣୀ ଦାସ, କୃଷ୍ଣ ପ୍ରସାଦ ମହାପାତ୍ର, ଯୁଗଳ କିଶୋର ଦାସ ଓ ପ୍ରଭାକର ବେହେରାଙ୍କ ସମେତ ସମସ୍ତ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।