ଛତ୍ରପୁରରେ ଚାଷୀଙ୍କ ଠାରୁ କମ୍‌ରେ ପରିବା କିଣି ଚଢ଼ାଦରରେ ବିକ୍ରି କରୁଥିବା ଅଭିଯୋଗ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲା ହେଡକ୍ୱାର୍ଟସ ଛତ୍ରପୁର ସହରରେ ଗତ କିଛି ଦିନ ହେଲା ପନିପରିବା ଦର ଅତ୍ୟଧିକ ବୃଦ୍ଧି ପାଇଛି । ବ୍ୟବସାୟୀମାନେ ଚାଷୀ ମାନଙ୍କ ଠାରୁ କମ୍‌ ଦରରେ ବିଭିନ୍ନ ପରିବା କିଣି ଲୋକଙ୍କୁ ମନଇଚ୍ଛା ଦରରେ ବିକୁଛନ୍ତି ।  କୌଣସି ଚାଷୀ ଛତ୍ରପୁର ସହରକୁ ପରିବା ବିକ୍ରି କରିବାକୁ ଆଣିଲେ ତାଙ୍କୁ କେତେକ ବ୍ୟବସାୟୀ ବିକ୍ରି କରିବାକୁ ଦେଉ ନ ଥିବା ଅଭିଯୋଗ ହୋଇଛି । ସେମାନେ ଚାଷୀଙ୍କ ଠାରୁ କମ୍‌ ଦରରେ ପରିବା କିଣି ଚଢ଼ାଦରରେ ବିକ୍ରି କରୁଛନ୍ତି । କେବଳ ଭେଣ୍ଡି, କଖାରୁ ବ୍ୟତୀତ ଅନ୍ୟ ସବୁ ପରିବା ଦର ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଥିବା ଜଣାଯାଇଛି । କରୋନା କଟକଣା ନେଇ ଅପର ବସ୍‌ ଷ୍ଟାଣ୍ଡ ଓ କୋର୍ଟ ଷ୍ଟେସନ ନିକଟରେ ୫୦ରୁ ଊର୍ଦ୍ଧ୍ୱ ପରିବା ଦୋକାନ ରହିଛି । ତଥାପି ମଧ୍ୟ ଦର ଆକାଶ ଛୁଆଁ ରହିଛି । ଅପରପକ୍ଷରେ ଗାଲସ ହାଇ ସ୍କୁଲରେ କେତେକ ପରିବା ବିକ୍ରି କରୁଥିବାବେଳେ ଶୁକ୍ରବାର ଛତ୍ରପୁର ଏନ୍‌ଏସି ପକ୍ଷରୁ ତାଙ୍କୁ ସେଠାରୁ ହଟାଇ ଦିଆଯାଇଛି । ଅପର ବସ ଷ୍ଟାଣ୍ଡ ଓ କୋର୍ଟ ଷ୍ଟେଶନ ନିକଟରେ ହିଁ ପରିବା ବିକ୍ରି କରିବାକୁ କୁହାଯାଇଛି । ପଞ୍ଚ ସୂତ୍ର ନିୟମ ମାନିବାକୁ ବାଧ୍ୟ ଏହାର ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କରାଯାଇଥିବା ଜଣାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା