ଉଦଘାଟନ ହେଲା ବ୍ରହ୍ମପୁର ରେଲୱେ ଓଭରବ୍ରିଜ ଓ କପା ପ୍ରକଳ୍ପ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର ସ୍ଥିତ ଇଂଜିନିୟରିଂ ସ୍କୁଲ ଛକ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଇଂଜିନିୟରିଂ ସ୍କୁଲ ଛକ ଠାରୁ ଶିଳ୍ପାଞ୍ଚଳ ଛକ ପର୍ଯ୍ୟନ୍ତ ଓଭରବ୍ରିଜର ଉଦଘାଟନ ହୋଇଯାଇଛି । ସୂଚନା ଅନୁଯାୟୀ ଓଭରବ୍ରିଜର ପ୍ରଶସ୍ତ ୬୧୫ ମିଟର ଓ ଏବଂ ଏହାର ଅଟକଳ ମୂଲ୍ୟ ୨୨କୋଟି ବୋଲି ଜଣାପଡିଛି । ଓଭର ବ୍ରିଜର ଉଦ୍ଘାଟନ ସହ ଦିଗପହଣ୍ଡି ଆରଏମସି ପକ୍ଷରୁ କପା ମଣ୍ଡି ମଧ୍ୟ ଉଦଘାଟନ ହୋଇଯାଇଛି । କପା ମଣ୍ଡିର ଅଟକଳ ମୂଲ୍ୟ ୨କୋଟି ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ ଉଦଘାଟନ ନିମନ୍ତେ ବାଚସ୍ପତି ଡ଼ଃ. ସୂର୍ଯ୍ୟ ନାରାୟଣ ପାତ୍ର ଯୋଗଦେବାର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା କିନ୍ତୁ ବାଚସ୍ପତିଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀ କରୋନା ମହାମାରୀରେ ଆକ୍ରାନ୍ତ ହୋଇଥିବା କାରଣରୁ ବାଚସ୍ପତି ଯୋଗଦେଇ ପାରିନଥିଲେ ଏବଂ ବାଚସ୍ପତି ନିଜେ ଦୁଃଖ ପ୍ରକାଶ କରିଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ବିଜେଡି ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଡିଏ ଅଧକ୍ଷ ସୁବାଷ ଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା