ଚେନ୍ନାଇରରୁ ସୋରଳ ସାଇକେଲରେ ଫେରିଲେ ୭ଜଣ ଯୁବକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସୁଦୀର୍ଘ ଏଗାରଶହ କିଲୋମିଟରରୁ ଉର୍ଦ୍ଧ୍ୱ ରାସ୍ତା ସାଇକେଲରେ ଅତିକ୍ରମ କରି ପହଞ୍ଚିଛନ୍ତି ଚିକିଟି ବ୍ଲକର ସୋରଳ ଗ୍ରାମର ୭ ଜଣ ଯୁବକ l ଏହି ଯୁବକ ମାନଙ୍କୁ ପ୍ରଶାସନ ତରଫରୁ ସୋରଳ ମୁକ୍ତିସ୍ୱର ବିଦ୍ୟାପୀଠର କ୍ୱାରେନଟାଇନ ଗୃହରେ ରଖାଯାଇଛି l ରଖl ଯାଇ ଥିବା ଯୁବକମାନେ ହେଲେ ଜଗନ୍ନାଥ ବେହେରା(୩୫), ଭଗବାନ ବେହେରା (୪୦), କହେଁଇ ବେହେରା (୩୩), ଅଶୋକ ବେହେରା (୩୬), ନମିତା ବେହେରା (୨୬), ଟଙ୍କଧର ଜାନି (୪୦) ଓ ମୁନ୍ନା ନାୟକ (୪୦) l ମୁନ୍ନା ନାୟକ ୪ଦିନ ତଳେ ପହଞ୍ଚି କ୍ୱାରେନଟାଇନରେ ରହିଥିଲେ l ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇଥିବା ଏହି ଯୁବକମାନେ କରୋନା ମହାମାରି ଓ ସରକାରଙ୍କ ଲକଡାଉନ ଘୋଷଣା ପରେ ଯେନତେନ ପ୍ରକାରେ ଚାଲି କି ହେଉ ଡ଼ଙ୍ଗାରେ ହେଉ କି ସାଇକେଲରେ ହେଉ ନିଜ ଜନ୍ମ ମାଟିକୁ ଫେରିବା ପାଇଁ ସକଳ ଚେଷ୍ଟା କରି ପହଞ୍ଚିଛନ୍ତି l ଆହୁରି ବି ଅନେକ ଅଧା ରାସ୍ତାରେ ପୋଲିସ ଦ୍ଵାରା ଅଟକ ରହିଛନ୍ତି l ପୁଣି କେତେକ ଗଳାବାଟରେ ଆସୁଛନ୍ତି l ଆହୁରି ବି ଆଗାମୀ ଦିନରେ ଆସିବାର ସୂଚନା ରହିଛି l ସୁଦୀର୍ଘ ପଥ ଲୁଚି ଛପି ପୋଲିସ, ପ୍ରଶାସନର ଲୁଚକାଳି ଖେଳ ଖେଳି ମନରେ ଭୟ ଓ ଗାଁକୁ ଫେରିବାର ନିଶା ଘାରି ଥିବା ଯୁବକଙ୍କ ଅନୁଭୂତି ମଧ୍ୟ ରୋମାଞ୍ଚକର l ନା ଭୋକ ନା ଶୋଷ ନା ରାତି ନା ଦିନର ଚିନ୍ତା ଖାଲି ଏମାନଙ୍କୁ ଦିଶୁଥିଲା ପ୍ରିୟ ଗାଁଛବିଓ ପରିଜନଙ୍କ କରୁଣ ମୁଖ l ପୋଲିସ, ପ୍ରଶାସନ ଅଟକଇନି ତାହା ନୁହଁ କିନ୍ତୁ ଏମାନଙ୍କ କାକୁତି ମିନତି ଓ କରୁଣ ମୁହଁ ସେମାନଙ୍କ ହୃଦୟକୁ ତରଳl ଇ ଦେଇଛି l ଦେଖି ନ ଦେଖିଲା ଭଳି ରାସ୍ତା ଛାଡି ଦେଇଛନ୍ତି ପୁଣି କେହି କେହି ସାହାଯ୍ୟର ହାତ ବଢ଼େଇଛନ୍ତି l ପ୍ରତିଦିନ ପ୍ରାୟ ୨୦୦ କିଲୋମିଟର ରାସ୍ତା ଅତିକ୍ରମ କରୁଥିବା ବେଳେ ରାସ୍ତାରେ ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ହୋଟେଲରୁ ପାର୍ସଲ ଆଣି କୋଉ ଗଛମୂଳେ ତ କେବେ ଖରା ଟାଇଁ ଟାଇଁ ନିର୍ଜନ ପଥରେ ସାଇକେଲ ଉପରେ l ରାତିରେ ଶୋଇବା ମଧ୍ୟ ଠିକ ଠିକଣା ନ ଥିଲା l ବସକୁ ଅପେକ୍ଷା ପାଇଁ ଥିବା ଯାତ୍ରୀ ବିଶ୍ରାମ ଗୃହରେ କିଛି ସମୟ ବିଶ୍ରାମ ନେଇ ପୁଣି ଆରମ୍ଭ କରୁଥିଲେ ଯାତ୍ରା l ଏତେ ରାସ୍ତା ସାଇକେଲରେ ଆସିବl ପରେ ଟିକେ ବିଶ୍ରାମ ପାଇଁ ସୁଯୋଗ ମିଳିଲେ ଧୁମ ନିଦ ଲାଗୁ ଥିଲେ ବି ବାଧ୍ୟବଧକତାରେ ସାଇକେଲ ଧରି ରାସ୍ତା ଅତିକ୍ରମ କରି ଦୀର୍ଘ ପଥ ଅତିକ୍ରମ କରିବାକୁ 6ଦିନ ଲାଗିଥିଲା ବୋଲି କହନ୍ତି ଏହି ଯୁବକ ମାନେ l ଆଜି ନିଜ ଗାଁ ମାଟିରେ ପହଞ୍ଚି ଆନନ୍ଦରେ କାନ୍ଦି ପକାଇ ଥିଲେ ଯୁବକମାନେ l ସେମାନଙ୍କ ଏହି ଲୁହ ଥିଲା ଗାଁ ମାଟି ପାଇଁ, ଗାଁ’ରେ ରହୁଥିବା ସ୍ତ୍ରୀ, ପୁଅ, ଝିଅ, ବାପା, ମାଁ, ବନ୍ଧୁ ସାଥି ପରିଜନ ପାଇଁ….. l ପହଞ୍ଚି ଅତ୍ୟନ୍ତ ଖୁସି ବୋଲି କହନ୍ତି ଏମାନେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା