ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ କଳାବ୍ୟାଚ ପରିଧାନ ୧୭ତମ ଦିନରେ : “୧୧ ସେପ୍ଟେମ୍ବର ଭୁବନେଶ୍ୱର ଚାଲ”ର ପ୍ରସ୍ତୁତି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ରାଜ୍ୟରେ କଳା ବ୍ୟାଚ ପିନ୍ଧି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ୧୭ ତମ ଦିନରେ ପହଂଚିଛି । ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ ଚୁକ୍ତିଭିତ୍ତିକ ଗ୍ରୁପ ବି, ସି ଏବଂ ଡି କର୍ମଚାରୀମାନେ କଳାବ୍ୟାଚ ପରିଧାନ କରିବା ସହିତ ଶାନ୍ତିପୂର୍ଣ ଭାବେ ନିଜର ଯଥୋଚିତ ଦାବି ସରକାରଙ୍କ ନିକଟରେ ଉପସ୍ଥାପନା କରିଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନରେ ଓଡିଶା ସରକାରଙ୍କ ସମସ୍ତ ବିଭାଗରୁ କାର୍ଯ୍ୟରତ କର୍ମଚାରୀ ମାନେ ପ୍ରତେକ ଜିଲ୍ଲାର ବ୍ଲକ ସ୍ତରରେ ଅବସ୍ଥାପିତ ମୁଖ୍ୟ ଦପ୍ତର ଠାରୁ ଆରମ୍ଭ କରି ଭୁବନେଶ୍ୱର ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ କରିବା ସହ ମଧ୍ୟାନ ବିରତି ସମୟରେ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଏବଂ ୬ ବର୍ଷ ଚୁକ୍ତିଭିତ୍ତିକ ସମୟକୁ ନିୟମିତ ଚାକିରୀରେ ଯୋଗ କରିବା ସହ ସବୁ କ୍ଷେତ୍ରରେ ଗଣନା କରିବା ପାଇଁ ମୁଖ୍ୟ ଦୁଇ ଦାବି ନେଇ କଳା ବ୍ୟାଚ ପରିଧାନ ଏବଂ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ସହିତ ଚୁକ୍ତିଭିତ୍ତିକ ପ୍ରଥା ଉଛେଦ ନିମନ୍ତେ ପ୍ରତ୍ୟେକ କର୍ମଚାରୀ ନିଜ ନିଜ କାର୍ଯ୍ୟସ୍ଥଳୀରେ ସଂକଳ୍ପ ନେବା ସହ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ବିରୋଧ କରି ଆଗାମୀ ମହା ଆନ୍ଦୋଳନରେ ସାମିଲ ହେବା ନିମନ୍ତେ “ସେପ୍ଟେମ୍ବର ୧୧ଭୁବନେଶ୍ୱର ଚାଲ “ନାରା ଦେଇ ସଂକଳ୍ପ ବଦ୍ଧ ହେଲେ କଳାବ୍ୟାଚ ଏବଂ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ସହିତ ବିଭିନ୍ନ ଜିଲ୍ଲାରେ ଅବସ୍ଥାପିତ ବ୍ଲକ ଅଫିସ, ତହସିଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଥାନା ଇତ୍ୟାଦି ଜିଲ୍ଲା ମୁଖ୍ୟକାର୍ଯ୍ୟଳୟ ଗୁଡିକରେ ଦସ୍ତଖତ ଅଭିଯାନ ସହିତ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଏବଂ ୬ବର୍ଷ ଚୁକ୍ତିଭିତ୍ତିକ ସମୟକୁ ନିୟମିତ ଚାକିରୀ ରେ ଗଣନା ଇତ୍ୟାଦି ୨ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଉଛି । ଆସନ୍ତା ମାସ ସେପ୍ଟେମ୍ବର ୧୧ତାରିଖରେ ହେବାକୁ ଥିବା ବିଶାଳ ଗଣଆନ୍ଦୋଳ ନିମନ୍ତେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ରାଜ୍ୟ ସଭାପତି ଶ୍ରୀଯୁକ୍ତ ବିଜୟ ମଲ୍ଲ ଏବଂ ସମ୍ପାଦକ ଖିତୀଶ ପଣ୍ଡା ଏକ ସ୍ମାରକ ପତ୍ର ମାଧ୍ୟମରେ ରାଜ୍ୟସରକାରଙ୍କ ଅବଗତି ନିମନ୍ତେ ପ୍ରଦାନ କରାଯାଇଛି । ଉକ୍ତ ଶାନ୍ତିପୂର୍ଣ ଗଣଆନ୍ଦୋଳନରେ ଜରୁକାଳୀନ ବିଭାଗ ଯଥା ସ୍ୱାସ୍ଥ୍ୟ ଶିକ୍ଷା ପୋଲିସ ଅଗ୍ନିଶମ କର୍ମଚାରୀ ସହିତ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଯୋଗ ଦେବା ପାଇଁ ଉଲ୍ଲେଖ କରାଯାଇଛି । ଇତି ମଧ୍ୟରେ ପ୍ରତ୍ୟେକ ଜିଲ୍ଲା ମୁଖ୍ୟ କାର୍ଯ୍ୟଳୟ ସହିତ ପ୍ରତ୍ୟେକ ସରକାରୀ ଦପ୍ତର ଗୁଡିକୁ ଏହାର ଏକ ନକଲ ସମ୍ପୃକ୍ତ ଜିଲ୍ଲା ଚୁକ୍ତିଭିତ୍ତିକ କର୍ମଚାରୀ ଶାଖା ମାଧ୍ୟମରେ ପଠାଯିବା ନିମନ୍ତେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ ତରଫରୁ ଏକ ପ୍ରେସରିଲଜ ଦ୍ୱାରା ଜଣାଇ ଦିଆଯାଇଛି । ଗତ ବର୍ଷ ରାଜ୍ୟ ସରକାର ଚୁକ୍ତିଭିତିକ ମହାସଙ୍ଘର ସମସ୍ତ ଦାବି ମାନି ନେଇ କେବଳ ୫୦% ଦରମା ବୃଦ୍ଧି କରି ଆଉ ସବୁ ଦାବି ଦୁଇ ମାସରେ ପୂରଣ କରିବା ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଦୁର୍ଭାଗ୍ୟର କଥା ୭୦ ହଜାର କର୍ମଚାରୀଙ୍କ ବିଶ୍ୱାସ ଓ ଭରସା ରଖିଥିଲେ ସରକାର ପ୍ରତିଶ୍ରୁତି ଦେଇଛନ୍ତି ମନେ ନିଶ୍ଚିତ ଭାବରେ ପୂରଣ କରିବେ କିନ୍ତୁ ତାହା ଆଜି ପଯ୍ୟନ୍ତ ପୂରଣ କରିବା ଦୂର କଥା ଆଲୋଚନା ବି କରିଲେ ନାହିଁ, ବହୁତ ବାର ମହାସଙ୍ଘ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଅବଗତ କରିଥିଲେ ମଧ୍ୟ ସରକାର ପ୍ରତିଶ୍ରୁତି ଦେଇ ତାହା ପୂରଣ କରୁ ନାହାନ୍ତି । ଚଳିତ ମାସ ଅଗଷ୍ଟ ୯ତାରିଖ ଦିନ ଭୁବନେଶ୍ୱର ଠାରେ ଏକ ଗର୍ଜନ ସମାବେଶ ଏବଂ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଓଡିଶା ଚୁକ୍ତିଭିତ୍ତିକ ମହାସଂଘ ତରଫରୁ ଆୟୋଜନ କରାଯାଇଥିଲା ଯେଉଁଥିରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୦୦୦ରୁ ଉର୍ଦ୍ଧ ସଂଖ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଯୋଗଦେଇ ରାଜ୍ୟସରକାର ଙ୍କ ପ୍ରଚଳିତ ଚୁକ୍ତିଭିତ୍ତିକ/ପ୍ରାରମ୍ଭିକ ନିଯୁକ୍ତି ପ୍ରଥା କୁ ଘୋର ବିରୋଧ କରିବା ସହିତ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନାରେ ସାମିଲ ହୋଇଥିଲେ। ରାଜ୍ୟ ସରକାର ଯଦି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘକୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ଦାବିଗୁଡିକୁ ପୂରଣ ନକରନ୍ତି ତେବେ ମହାସଂଘର ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନେ ସେପ୍ଟେମ୍ବର ମାସ ୧୧ ତାରିଖରେ ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗ ଠାରେ ଏକ ବୃହତ ଆନ୍ଦୋଳନରେ ସାମିଲ ହେବା ସହିତ କାର୍ଯ୍ୟବନ୍ଦ କରି ସରକାରୀ ଦପ୍ତର ଗୁଡିକ ଅଚଳ କରାଯିବ ଚୁକ୍ତିଭିତିକ ମହାସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ, ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି, ସାଧାରଣ ସଂପାଦକ କ୍ଷିତିଶ୍ ପଣ୍ଡା, ସଙ୍ଘଠନ-ସମ୍ପାଦକ ପ୍ରଶାନ୍ତ ରାଉତରାୟ, ନର୍ସିଂ ସଂଘ ନେତା ଅଶ୍ୱିନୀ ଦାସ, ଶିକ୍ଷକ ନେତା ପୂର୍ଣ୍ଣ ଚନ୍ଦ୍ର ଆଇଚ,ସୁଭ୍ରଜିତ ପ୍ରତିହାରୀ, ବିଶ୍ଵଜିତ ବିଶ୍ଵାଳ, ପଞ୍ଚାନନ ଜେନା, ରାଜେନ୍ଦ୍ର ମଲ୍ଲିକ, ପ୍ରାଥମିକ ଶିକ୍ଷକ ସଂଘର ନେତା ଶ୍ରୀକାନ୍ତ ବାରିକ, ଜନ୍ମୋଜୟ ମାଝୀ, ସ୍ମାରକ ରଞ୍ଜନ ସାହୁ,ମାନସ ପରିଡା, ଆଦିତ୍ୟ ସ୍ଵାଇଁ, ଅକ୍ଷୟ ପାଢି, ଉପ-ସଭାପତି, ପ୍ରଭାସ ଭୋଇ, ପ୍ରିତୀରଞ୍ଜନ ପ୍ରଧାନ, ଯୁଗ୍ମ ସମ୍ପାଦକ – ଅଶୋକ ଗଉଡ଼, ବାବୁଲ ନାୟକ, ତନ୍ମୟ ଜେନା, ଶ୍ରୀନିବାସ ମହାନ୍ତି, ଅନିତା ବେହେରା, ଅଳକା ମହାନ୍ତି, ରୋଜାଲିତି ପଣ୍ଡା, ଶିବ ଶଙ୍କର ସାହୁ ପ୍ରେସ ରିଲଜ ଦ୍ୱାରା ଜଣାଇଛନ୍ତି ବୋଲି ଓଡିଶା ସରକାରୀ ଚୁକ୍ତିଭିତିକ କର୍ମଚାରୀ ମହାସଙ୍ଘର ସଭାପତି ବିଜୟ ମଲ୍ଲ ଜଣାଇଛନ୍ତି ।