ଗରିବ ଓ ଅସହାୟ ଅବସ୍ଥାରେ ରହି ଆସୁଥିବା ୭ଟି ବୃଦ୍ଧ ଦମ୍ପତ୍ତି ପରିବାରଙ୍କୁ ସାହା ହେଲା କାହ୍ନା ଚାରିଟେବୁଲ ଟ୍ରଷ୍ଟ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସବୁବେଳେ ସମାଜ ଓ ଅସହାୟ, ଭୋକିଲା, ନିରାଶ୍ରୟ ଲୋକମାନଙ୍କ ସହାୟକ ବା ବନ୍ଧୁ ହୋଇ ଛିଡ଼ାହୋଇ ଆସୁଥିବା କାହ୍ନା ଚାରିଟେବୁଲ ଟ୍ରଷ୍ଟ ଆଜି ପୁଣି ଏକ ଉଦାହରଣ ସୃଷ୍ଟି କରିଛି । ସୂଚନା ଯୋଗ୍ୟ ଯେ, ରମ୍ଭା ବାହାଡ଼ାପଲ୍ଲି ଗ୍ରାମରେ ଗରିବ ଓ ଅସହାୟ ଅବସ୍ଥାରେ ରହି ଆସୁଥିବା ସାତଟି ବୃଦ୍ଧ ଦମ୍ପତ୍ତି ପରିବାର ବହୁ ଦିନ ହେଲା ଦୁଃଖ କଷ୍ଟରେ ଜୀବନ ଯାପନ କରୁଛନ୍ତି । ଭଲରେ ଖାଇବାକୁ ମୁଠାଏ ନ ପାଇବା ସହ ବେଳେ ବେଳେ ଭୋକ ଉପାସରେ ଦିନ କାଟୁଛନ୍ତି । ଗଣ ମାଧ୍ୟମ ତଥା ବାହାରୁ ଖବର ପାଇ ବ୍ରହ୍ମପୁରର ଅଗ୍ରଣୀ ସେବା ସଂଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ସେମାନଙ୍କର ଅସହାୟର ବନ୍ଧୁ ଭାବେ ଆଜି ଠିଆ ହୋଇଛି । ଆଜି ଟ୍ରଷ୍ଟ ପ୍ରତିଷ୍ଠାତା ଏବଂ ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ରଙ୍କ ନେତୃତ୍ୱରେ ରମ୍ଭା ବି.ବାହାଡ଼ାପଲ୍ଲୀ ଗ୍ରାମର ସେହି ସାତଟି ଅସହାୟ ଗରିବ ପରିବାରକୁ ଏକ ମାସର ରାସନ୍ ସାମଗ୍ରୀ ସହ ନୂତନ ବସ୍ତ୍ର ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଟ୍ରଷ୍ଟ ପକ୍ଷରୁ ସେମାନଙ୍କୁ ବଣ୍ଟନ କରାଯାଇଛି । ଏହା ସଙ୍ଗେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ, ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ଟ୍ରଷ୍ଟର ଉପଦେଷ୍ଟା ଅଲେଖ ପାଲ୍ ସାର୍ ଓ ଟ୍ରଷ୍ଟର ବହୁ ବଦାନ୍ୟ ବ୍ୟକ୍ତି ସହାୟତା କରିଛନ୍ତି । ଏଥିସହ ଏହି ଗରିବ ପରିବାର ମାନଙ୍କ ପାଇଁ ପ୍ରଶାସନ ଠାରୁ ସାହାଯ୍ୟ ସହାୟତା ପାଇଁ ଦୃଷ୍ଟି ଆକର୍ଷଣ କରିବେ ବୋଲି ଟ୍ରଷ୍ଟ ପକ୍ଷରୁ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ବହୁ ସଦସ୍ୟ/ସଦସ୍ୟା ତଥା ଶ୍ରୀ ବରୋଦା ମହାନ୍ତି, ଶ୍ରୀମତୀ ସସ୍ମିତା ମିଶ୍ର, ଶିବାନୀ ପାଢ଼ୀ, ଶ୍ରୀମତୀ ରୋନାଲି ପାଣିଗ୍ରାହୀ, ଆରବ ମହାନ୍ତି, ବିନୋଦ କୁମାର ସାବତ, ସଞ୍ଜୟ କୁମାର ସାହୁ, ରାଗିଣୀ ସାହା, ଡ. ସୁରଜିତ ପାଣିଗ୍ରାହୀ, ସନ୍ତୋଷ କୁମାର ପଣ୍ଡା, ସତ୍ୟ ନାରାୟଣ ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁ ରୁପେ ତୁଲାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା