ଘାଟିରେ ବସ୍ ଓଲଟିଲା ପଡିବାରୁ ପିଇଟି ଶିକ୍ଷକ ମୃତ, ୨୦ ଛାତ୍ରଛାତ୍ରୀ ଆହତ

ନବରଙ୍ଗପୁର(ସମୃଦ୍ଧ ଓଡିଶା)କ୍ରୀଡ଼ା ଉତ୍ସବରେ ଯୋଗ ଦେବାକୁ ଯିବାବେଳେ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍। ଦୁର୍ଘଟଣାରେ ଜଣେ ପିଇଟି ଶିକ୍ଷକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଏପରି ଦୁର୍ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ। ମୃତକ ହେଲେ  ସ୍ୱାମୀ ବିବେକାନନ୍ଦ ହାଇସ୍କୁଲର ପିଇଟି ଶିକ୍ଷକ ପ୍ରଭାସ କୁମାର ଜେନା। ଚ଼ନ୍ଦାହାଣ୍ଡି ବ୍ଲକରେ ଜିଲ୍ଲା ସ୍ତରୀୟ କ୍ରୀଡ଼ା ଉତ୍ସବ ପାଳନ ହେଉଥିଲା। ଆଜି ସକାଳେ ଉମରକୋଟର ଶିକ୍ଷକଶିକ୍ଷୟତ୍ରୀମାନେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ନେଇ ଏକ ବସ୍‌ ଯୋଗେ ଚ଼ନ୍ଦାହାଣ୍ଡି ନେଇ ଯାଉଥିଲା। ଚ଼ନ୍ଦାହାଣ୍ଡି ଘାଟିରେ ବସ୍‌ଟି ତଳକୁ ଗଡୁଥିବା ସମୟରେ  ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିଲା ବେଳେ ସ୍ୱାମୀ ବିବେକାନନ୍ଦ ହାଇସ୍କୁଲର ପିଇଟି ଶିକ୍ଷକଙ୍କର ମୃତ୍ୟୁ ଘଟିଥିଲା। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଝରି ଗାଁରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଥିବା ଜଣାପଡ଼ିଛି।  ଝରି ଗାଁ ପୁଲିସ ଘଟଣାର ତଦନ୍ତ କରିବା ସହ ତଦନ୍ତ କରୁଛି। ବସ୍‌ରେ ୩୦ ଜଣ ଛାତ୍ରଛାତ୍ରୀ ଥିଲେ।