ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଗରିବ ଓ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସାରା ଦେଶରେ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଗତ ମାର୍ଚ୍ଚ ୨୨ତାରିଖ ଠାରୁ ଲକଡାଉନ ଜାରି କରାଯାଇଥିବା ବେଳେ ପ୍ରତ୍ୟେକ ଲୋକ ନିଜ ନିଜ ଘରେ ବସି ରହିଛନ୍ତି । ଯାହା ଫଳରେ ଗରିବ, ଅସହାୟ, ଦିନମଜୁରିଆ, ଶ୍ରମିକ ଓ ଖଟିଖିଆ ଲୋକମାନେ କିଛି କାମ ଧନ୍ଦା ନ ପାଇ ଆର୍ଥିକ ଅଭାବ ଯୋଗୁଁ ଖାଇବାକୁ ପିଇବାକୁ ନ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହିଭଳି ବିପଦ ସମୟରେ ବିଭିନ୍ନ ସମାଜସେବୀ ସଂଗଠନ ଓ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ସାହାର୍ଯ୍ୟ ସହଯୋଗ କରାଯାଉଥିବା ବେଳେ ଆଜି ଢେଙ୍କାନାଳ ସହରରେ ଥିବା କିଛି ଗରିବ ଓ ଅସହାୟ ଲୋକମାନଙ୍କୁ ଢେଙ୍କାନାଳ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି ଏହାସହ ଏହି କାର୍ଯ୍ୟକ୍ରମ ଆସନ୍ତା ଦିନରେ ମଧ୍ୟ ଜାରି ରହିବ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସମସ୍ତ ଢେଙ୍କାନାଳ ଘରୋଇ ବସ୍ ମାଲିକ ସଂଘର କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ ।

ରିପୋର୍ଟ : ଶୁଭମ ପାଣି