ଗୋପାଳପୁର ବନ୍ଦରର ବୃହତ କେପ ସାଇଜ ଜାହାଜ ଧାରଣ କ୍ଷମତା ହାସଲ…

ଗୋପାଳପୁର (ସମୃଦ୍ଧ ଓଡିଶା) ୧୦୫,୦୦୦ ଟନର ଚୂନ ପଥର ବୋଝେଇ ପ୍ରଥମ ବୃହତ (କେପ ସାଇଜ) ଜାହାଜ ଅକ୍ଟୋବର ୧୨ତାରିଖରେ ଗୋପାଳପୁର ବନ୍ଦରରେ ପହଞ୍ଚିଛି । କେପ ସାଇଜ ଜାହାଜ ପାଇଁ ସୁବିଧା ଥିବା ଭାରତର ଅଳ୍ପ କେତେକ ବନ୍ଦର ମଧ୍ୟରେ ଗୋପାଳପୁର ସ୍ଥାନ ପାଇ ସାରିଛି । ଗୋପାଳପୁର ବନ୍ଦରର ଏକ ପ୍ରମୁଖ ଉପଭୋକ୍ତା ଜେଏସପିଏଲ ମଧ୍ୟ ପ୍ରାଚ୍ୟରୁ ଏସାର ସିପିଙ୍ଗ ମାଲିକାନାରେ ଏକ ଜାହାଜରେ ଆସିଥିବା ୧୦୫,୦୦୦ ଟନ ଷ୍ଟିଲ ଗ୍ରେଡ଼ ଚୂନ ପଥର ଆମଦାନୀ କରିଛି । ଗୋପାଳପୁର ବନ୍ଦର ଏବେ ଅନ୍ୟାନ୍ୟ ଆବଶ୍ୟକତା ସମେତ ବୃହତ ଜାହାଜ ଧାରଣା କ୍ଷମତା ଉପଯୋଗୀ ହେବା ଲାଗି ଏହାର ସମ୍ପ୍ରସାରଣ କାର୍ଯ୍ୟ ହାତକୁ ନିଆଯାଇ ଡ୍ରେଜିଂ କାମ କରାଯାଉଛି । ଡ୍ରେଜିଂ କାମ ସମ୍ପୂର୍ଣ୍ଣ ହେଲେ ଏହି ବନ୍ଦର ଆଧୁନିକ ତଥା ବୃହତ ଜାହାଜ ଧାରଣ କରିପାରିବା, ଯାହାକି ଏହାର ଉପଭୋକ୍ତାଙ୍କ ଆବଶ୍ୟକତା ପୂରଣ କରିବ । ୨୦୧୯ ଅକ୍ଟୋବର ୧୨ ତାରିଖରେ ୧୦୫,୦୦୦ ଟନର ମଲା ଥିବା ଜାହାଜ ଆସିବା ସଫଳତାର ସହ ଏଠାରେ ରହିବା ଆମ ପାଇଁ ଗର୍ବର ବିଷୟ । ଖୁବ କମ ସମୟରେ ସାପ୍ରୋଜି ପାଲୋନଜି ଗ୍ରୁପ ଗୋପାଳପୁର ବନ୍ଦରକୁ ଏକ ବିଶ୍ୱସ୍ତରୀୟ ବନ୍ଦର କରାଇବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଛି ବୋଲି ସାପ୍ରୋଜି ପାଲୋନଜୀ ପୋର୍ଟ ମେଣ୍ଟେନାନ୍ସ ପ୍ରା. ଲିଃର ପରିଚାଳନା ନିର୍ଦ୍ଦେଶକ ଅମିତ ସାବୁ ପ୍ରକାଶ କରିଛନ୍ତି ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା