ଗଞ୍ଜାମ ତହସିଲର ମୋ ଗାଁରେ ତହସିଲ କାର୍ଯ୍ୟାକ୍ରମ…

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକ ଅନ୍ତର୍ଗତ ବୁରୁଡ଼ି ଗ୍ରାମ ସ୍ଥିତ ଲଙ୍ଗଳେଶ୍ୱର ହାଇସ୍କୁଲ ପରିସରରେ ଗଞ୍ଜାମ ତହସିଲ ତରଫରୁ ମୋ ଗାଁରେ ତହସିଲ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁଙ୍କ ତତ୍ୱାବାଧାନରେ ଏହି କାର୍ଯ୍ୟକ୍ରମରେ ରାଜସ୍ୱ -ଏ. ଡି.ଏମ ଲଷ୍ମୀକାନ୍ତ ସେଠି ଯୋଗଦେଇ ୧୩ ଜଣଙ୍କୁ ପଟ୍ଟା ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ସୁରେଶ କୁମାର ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ପୁର୍ବତନ ସରପଞ୍ଚ କେଦାର ସ୍ୱାଇଁ, ସାନରାମଚନ୍ଦ୍ର ପୁର ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଭଗବାନ ନାହାକ ସମେତ ସମସ୍ତ ଆର.ଇ(R.I), କର୍ମଚାରୀ, ଲୋକପ୍ରତିନିଧି ଯୋଗ ଦେଇଥିଲେ । ଏହି ଅବସରରେ ୪୧ ଜଣ ପଟା ଆବେଦନ କରିଥିବା ବେଳେ, ୨୪ ବିଦ୍ୟାର୍ଥୀ ଆବେଦନ କରିଥିବା ସୁଲ ସାଟିଫିକେଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସୁବଲୟା ଓ ସାନରାମଚନ୍ଦ୍ରପୁର ପଞ୍ଚାୟତକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ ଅନ୍ୟ ପଞ୍ଚୟତ ଗୁଡିକରେ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ ବୋଲି ତହସିଲଦାର ସାହୁ ସୂଚନା ଦେଇଛନ୍ତି ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା