ଗୋପାଳପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତୁଳୁ ମଣ୍ଡଳ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ରଙ୍ଗେଇଲୁଣ୍ଡା (ସମୃଦ୍ଧ ଓଡିଶା) ଗୋପାଳପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତୁଳୁ ମଣ୍ଡଳ ପକ୍ଷରୁ ମଣ୍ଡଳ ସଭାପତି ବ୍ରଜମୋହନ ନାହକଙ୍କ ସଭାପତିତ୍ବରେ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅଥିତି ଭାବେ ୫୩ନଂ ଜୋନର ଜିଲ୍ଲା ପରିଷଦ ବିନୋଦ ଚନ୍ଦ୍ର ମିଶ୍ର, ବରିଷ୍ଠ ବିଜେପି ନେତା ଗଙ୍ଗାଧର ଶତପଥୀ ମଣ୍ଡଳ ସଭାପତି ସନତ କୁମାର ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ରାଜେଶ କୁମାର ସାହୁ, ରଜତ କୁମାର ପଣ୍ଡିତ ପ୍ରମୁଖ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମଣ୍ଡଳ ଅଧୀନସ୍ଥ ୧୨ଟି ପଞ୍ଚାୟତର କର୍ମୀମାନଙ୍କୁ ଭାରତୀୟ ଜନତା ପାର୍ଟିର ଇତିହାସ ଓ ବିକାଶ, ପାର୍ଟି ଏବଂ ଆମର ଦାୟିତ୍ବ, ବ୍ୟକ୍ତିତ୍ଵ ବିକାଶ, ବିଚାର ପରିବାର, କାର୍ଯ୍ୟ ପଦ୍ଧତି ଏବଂ ସଂଘଠନ ସଂରଚନାରେ ଆମର ଦାୟିତ୍ଵ, ଭାରତର ବୈଚାରିକ ମୁଖ୍ୟାଧାରା, ରାଷ୍ଟ୍ରୀୟ ସୁରକ୍ଷା ଓ ସାମ୍ରାଜ୍ୟ ସହିତ ଆତ୍ମ ନିର୍ଭରତା, ରାଜନୈତିକ ପୃଷ୍ଠଭୂମି ଓ ଭାଜପାର ଭୂମିକା ଏବଂ ନିର୍ବାଚନ, ଛଅ ବର୍ଷରେ ହୋଇଥିବା ପରିଚାଳନା ଅନ୍ତ୍ୟୋଦୟୀ ପ୍ରଯ୍ୟନ୍ତ ଏବଂ ସାମାଜିକ ଗଣ ମାଧ୍ୟମର ପ୍ରଭାବ ଓ ଉପଯୋଗୀତା ପ୍ରଭୃତି ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏଥି ମଧ୍ୟରେ ଜଗମୋହନ ପାତ୍ର, ସୁରଜ୍ କୁମାର ପାତ୍ର, ଯତୀନ୍ କୁମାର୍, ବାବୁ ରାଓ, ହୁର୍ଶିକେଶ ବେହେରା ପ୍ରମୁଖ ଯୁବ ନେତା ମାନେ ମଞ୍ଚ ପରିଚାଳନା ଦାୟିତ୍ୱ ନିର୍ବାହ କରିବା ଶହ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା