ଗିରଫ ହେଲା କୋଏମ୍ବଟୁର ବିସ୍ଫୋରଣ ମାମଲାରେ ୨୦ ବର୍ଷ ଧରି ଫେରାରଥିବା ଅଭିଯୁକ୍ତ

କୋଏମ୍ବଟୁର .- କୋଏମ୍ବଟୁର ବିସ୍ଫୋରଣ ମାମଲାରେ ୨୦ ବର୍ଷ ଧରି ଫେରାର ଥିବା ଅଭିଯୁକ୍ତ ଗରିଫ ହୋଇଛି । ୧୯୯୮ ମସିହାରେ କୋଏମ୍ବଟୁରରେ କ୍ରମାଗତ ବିସ୍ପୋରଣ ହୋଇଥିଲା । ଏଥିରେ ୫୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଲେ ୨୦୦ ଜଣ ଗରୁତର ହୋଇଥିଲେ । ଏନ୍‌ପି ନୁହୁ ଓରଫ୍‌ ମାଙ୍କାଭୁ ରଶୀଦ ନାମକ ଏହି ଅଭିଯୁକ୍ତ  ବିଦେଶକୁ ପଳାଇଯାଇଥିଲା । ୨୦ ବର୍ଷ ପରେ ସେ ଭାରତ ଫେରି କେରଳର ଝିକୋଡରେ ଥିବା କଥା ପୁଲିସ ଜାଣିବାକୁ ପାଇଥିଲା । ତାକୁ କେରଳରୁ ଗୁଇନ୍ଦା ସୂଚନା ମିଳିବା ପରେ ଗିରଫ କରାଯାଇଛି । ଫେବ୍ରୁଆରୀ ୧୪ ତାରିଖରେ ତତ୍‌କାଳୀନ ବିଜେପି ସଭାପତି ଏଲ୍‌କେଆଡଭାନୀଙ୍କର ସଭା ଥିବା ବେଳେ ସଭାସ୍ଥଳ ସହ ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ୫୮ ଜଣଙ୍କର ମୃତ୍ୟୁ ହୋଇଥିଲା ।