ଗାନ୍ଧୀନଗରରେ ରାଜନୈତିକ କାର୍ଯ୍ୟାଳୟର ଉଦଘାଟନ କଲେ କଂଗ୍ରେସର ଲୋକସଭା ପ୍ରାର୍ଥୀ ଭି ଚନ୍ଦ୍ରଶେଖର ନାଇଡୁ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଓ ଗଜପତି ଜିଲ୍ଲାରେ କଂଗ୍ରେସ ସଂଗଠନକୁ ଅଧିକ ଦୃଢ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ପବିତ୍ର ଦଶହରା ପୂଜାରେ ବ୍ରହ୍ମପୁର ଗାନ୍ଧୀନଗର ଠାରେ ଲୋକସଭା ପ୍ରାର୍ଥୀ ଭି ଚନ୍ଦ୍ରଶେଖର ନାଇଡୁ ଏକ ରାଜନୈତିକ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି । ମୁଖ୍ୟତଃ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳି ଅନ୍ତଗତ ୭ଟି ବିଧାନସଭା କ୍ଷେତ୍ରରେ କିଭଳି ଉପଯୁକ୍ତ ସମନ୍ୱୟ ରଖି ରାଜନୈତିକ କାର୍ଯ୍ୟକ୍ରମ ଆଗରୁ ନିଆଯିବ ସେ ନେଇ ରଣନୀତି ପ୍ରସ୍ତୁତ କରାଯିବ ବୋଲି କୁହାଯାଇଛି । କରୋନା ମହାମାରୀକୁ ମୁକାବିଲାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା, ବିଫଳତାକୁ ଲୁଚାଇବାକୁ ସରକାରୀ କଳ ଦ୍ୱାରା ମିଥ୍ୟା ପ୍ରଚାର କରାଯିବା, ବେକାରୀ ସମସ୍ୟାକୁ ସମାଧାନ କରିବାରେ ସରକାରଙ୍କ ଦାୟୀତ୍ବହୀନତା, ପ୍ରବାସୀ ଶ୍ରମିକମାନଙ୍କ ରାଜ୍ୟ ବାହାରେ ଦୁରାବସ୍ଥା, ନାରୀ ନିର୍ଯ୍ୟାତନା ପ୍ରଭୁତି ପ୍ରସଙ୍ଗକୁ ନେଇ ଲୋକମାନଙ୍କ ନିକଟକୁ ଯିବାକୁ ଶ୍ରୀ ନାଇଡୁ କମି ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଶିବରାମ ପାତ୍ର, ପଦ୍ମ ସାହୁ, ବୃନ୍ଦାବନ ଖଟେଇ, ଭୀମରାଜ ରେଡ୍ଡୀ, କିଶୋର କାପୁର, ବସନ୍ତ ପଟ୍ଟନାୟକ, ରବି ଅଧିକାରୀ, ନିରୁପମା ପଟନାୟକ, ବୁଚି ବାବୁ, ମହେଶ୍ବର ପାତ୍ର, ନିଳମଣି ପଟ୍ଟନାୟକ, ପତିତ ଗନ୍ତାୟତ, ତଥସତ ସୁବୁଧି, ବିଜୟରାଜ ପାଣୀଗ୍ରାହି ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା