ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ +୩ ଫଳ ପ୍ରକାଶ :୯୩.୪୧% ଉତ୍ତୀର୍ଣ୍ଣ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଯୁକ୍ତି ତିନି ସମସ୍ତ ବିଭାଗର ଷଷ୍ଠ ସେମିଷ୍ଟର (ଚୂଡ଼ାନ୍ତ ପରୀକ୍ଷା) ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପ୍ରାୟ ୯୩.୪୧% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା କର୍ତ୍ତୃପକ୍ଷ କହିଛନ୍ତି ।ବିଶ୍ୱବିଦ୍ୟାଳୟ ଅଧୀନ ୪ଟି ମହାବିଦ୍ୟାଳୟର ମୋଟ ୧୬୩୯ ଛାତ୍ରଛାତ୍ରୀ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଥିବା ବେଳେ ୧୫୩୧ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି । ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ଥିବା କଲେଜ ଗୁଡ଼ିକ ହେଲେ ବ୍ରହ୍ମପୁରସ୍ଥିତ ଏସବିଆର ୱିମେନ୍ସ କଲେଜ, ବିନାୟକ ଆଚାର୍ଯ୍ୟ କଲେଜ, ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ, ଗୋପାଳପୁରର ଗୋପାଳପୁର କଲେଜ ଏବଂ ଛତ୍ରପୁରର ଛତ୍ରପୁର ସାଇନ୍ସ କଲେଜ । ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ଏହାର ନିଜସ୍ୱ ପରୀକ୍ଷା କରିଥିବା ବେଳେ ଅନ୍ୟ କଲେଜ ଗୁଡ଼ିକରେ ବିଶ୍ୱବିଦ୍ୟାଳୟ ଦ୍ୱାରା ପରୀକ୍ଷା ପରିଚାଳିତ ହୋଇଛି । କଳାରେ ୯୩.୧୦%, ବିଜ୍ଞାନରେ ୯୨.୨ ଏବଂ ବାଣିଜ୍ୟରେ ୯୫.୯% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏସବିଆର ୱିମେନ୍ସ କଲେଜରେ ମ୍ୟାଥମେଟିକ୍ସ, କେମିଷ୍ଟି୍ର, କମ୍ପୁ୍ୟଟର ସାଇନ୍ସ, ଜୁଲୋଜି, ଏଜୁକେସନ, ଫିଲୋସୋଫି, ସାଇକୋଲୋଜି, ସଂସ୍କୃତ ଏବଂ ଓଡ଼ିଆରେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିନାୟକ ଆଚାର୍ଯ୍ୟ କଲେଜରେ ବଟାନୀ, ଇଂରାଜୀ, ଇତିହାସରେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।ଗୋପାଳପୁର କଲେଜରେ ଜୁଲୋଜି, ଇଂରାଜୀରେ ଏବଂ ଛତ୍ରପୁର କଲେଜରେ ଫିଜିକ୍ସ ଓ ଇଂରାଜୀରେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । କରୋନା ମହାମାରୀ ସତ୍ତ୍ୱେ ଠିକ୍ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇଥିବାରୁ ବିଶ୍ୱବିଦ୍ୟାଳୟ ଭାଇସ-ଚାନସେଲର ଏକେ ମିଶ୍ର ସନ୍ତୋଷ ପ୍ରକାଶ କରିଛନ୍ତି । ଅକ୍ଟୋବର ୩୧ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ରାଜ୍ୟ ସରକାର ସମୟ ଧାର୍ଯ୍ୟ କରିଥିଲେ ଏବଂ ବିଶ୍ୱବିଦ୍ୟାଳୟ ଏହା ପୂର୍ବରୁ ଫଳ ପ୍ର୍ରକାଶ କରିପାରିଥିବା ସେ କହିଥିଲେ ।ସେପ୍ଟେମ୍ବର ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ହୋଇଥିଲା ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରଣ ପବିତ୍ର ମୋହନ ନନ୍ଦ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା