ଗାନ୍ଧି ଜୟନ୍ତୀ ଉପଲକ୍ଷେ ଜଳେଶ୍ୱର ବ୍ଲକ ଓ ନଗରର ଯୁବ ଓ ଛାତ୍ର ବିଜେଡି ଦଳ ତରଫରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ”ସାମାଜିକ ସେବା କାର୍ଯ୍ୟକ୍ରମ”ର ପ୍ରଥମ ଦିନରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବିଜୁ ଯୁବ ଓ ଛାତ୍ର ଜନତା ଦଳ, ଜଳେଶ୍ୱର ମୁନିସିପାଳିଟି ଏବଂ ଜଳେଶ୍ୱର ବ୍ଲକ ତରଫରୁ ଜଳେଶ୍ୱର ବ୍ଲକ ପରିସର ଏବଂ ମୁନିସିପାଲିଟିର ୱାର୍ଡ ନମ୍ବର ୯ର କିଛି ସ୍ଥାନରେ ସଫେଇ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମ ଜଳେଶ୍ୱର ବ୍ଲକର ୩୫ ଗୋଟି ଗ୍ରାମ ପଞ୍ଚାୟତ ସହିତ ଜଳେଶ୍ବର ନଗରର ୧୭ ଗୋଟି ୱାଡ଼ରେ ୩୦ ଦିନ ଧରି ଚାଲୁ ରହିବ । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଆଜି ଜଳେଶ୍ୱର ବ୍ଲକ ପରିସରରେ ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ସବିତା ରାଣୀ ଦଳାଇ ଆରମ୍ଭ କରିଥିଲେ ଓ କାର୍ଯ୍ୟକ୍ରମରେ ବ୍ଲକ ମହିଳା ସଭାପତି ଶ୍ରୀମତୀ ସଞ୍ଜିତା ସେନାପତି, ବ୍ଲକ ଯୁବ ସଭାପତି ଚନ୍ଦନ କର, ନଗର ଯୁବ ସଭାପତି ଆନନ୍ଦ କର, ନଗର ଛାତ୍ର ସଭାପତି ସୁରଜ ଚୌରାଶିଆ ଏବଂ ବ୍ଲକ ଛାତ୍ର ସଭାପତି କାଳିଚରଣ ଦାସ ଓ ବ୍ଲକ ତଥା ନଗର ଯୁବ ଛାତ୍ର କର୍ମକର୍ତ୍ତା ମାନେ ଏଥିରେ ସହଯୋଗ କରିଥିଲେ । 

ରିପୋର୍ଟ : ଭୂପତି ପରିଡା