ଗଞ୍ଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଙ୍ଘର ଦ୍ଵିତୀୟ ବୈଠକ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ଦ୍ଵିତୀୟ ବୈଠକ ବ୍ରହ୍ମପୁର ଶିଳ୍ପାଞ୍ଚଳ ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ସଂଘ ସଭାପତି ସୁଶାନ୍ତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ବିଶିଷ୍ଠ ନାଟ୍ୟବିତ୍ତ ମେଜର ରମାରମଣ ପାଢ଼ୀ ନାଟ୍ୟ ନିର୍ଦ୍ଦେଶକ ସଂଘର ନିର୍ଦ୍ଦେଶକ ମାନଙ୍କ ମଧ୍ୟରେ ଭାଇଚାରା ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସବୁ ବର୍ଗର କଳାକାରଙ୍କୁ ସମ୍ମାନ ଦେବା ସହ ନାଟ୍ୟ ନିର୍ଦ୍ଦେଶକ ମାନେ ସମାଜର ବିକାଶ ଦିଗରେ କାର୍ଯ୍ୟ କରନ୍ତୁ ବୋଲି ସେ କହିଥିଲେ । ବୈଠକରେ ସଂଘର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ରାଜ୍ୟ ସଂଘର ଚିଠା ପାଠ କରାଯାଇଥିଲା । ସଂଘର ଆଗାମୀ ବୈଠକ ନଭେମ୍ବର ୭ ତାରିଖରେ ହେବାକୁ ସ୍ଥିର ହେବା ସହିତ ସେହିଦିନ କର୍ମକର୍ତ୍ତା ନିର୍ବାଚନ ପାଇଁ ଧାର୍ଯ୍ୟ ହୋଇଥିଲା । ଚଳିତ ମାସ ୨୪ରେ ଅସ୍ଥାୟୀ କମିଟିର ବୈଠକ ପାଇଁ ସ୍ଥିର କରାଯାଇଛି । ଏହି ବୈଠକରେ ରାଜଗୋପାଳ ପାଢ଼ୀ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ରମେଶ ମହାରଣା, ମଦନ ମିଶ୍ର, ଅନୀଲ ପାତ୍ର, ଟୁଟୁ ପାଢ଼ୀ, ରବି ବାରିକ, କୃଷ୍ଣଚନ୍ଦ୍ର ପଣ୍ଡା, ରବୀନ୍ଦ୍ର ପାଢ଼ୀ, ସ୍ୱପ୍ନେଶ୍ୱର ପ୍ରଧାନ, ବସନ୍ତ ଜେନା, ଭାଗିରଥି ସ୍ୱାଇଁ, ଦେବେନ୍ଦ୍ର ଶର୍ମା, ଭାସ୍କର ସେନାପତି, ତ୍ରିଲୋଚନ ମହାରଣା, ପ୍ରମୋଦ ଦାସ, ବାବୁଲା ପ୍ରଧାନ, ଡି. କ୍ରିଷ୍ଣା, ପଦ୍ମନାଭ ପାଢ଼ୀ, ସୁନୀଲ ସ୍ୱାଇଁ, ଗୋପାଳ ଚର୍ଚି ପ୍ରମୁଖଙ୍କ ସହ ବହୁ ନାଟ୍ୟ ନିର୍ଦ୍ଦେଶକ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା