ଗାଇବା ଗ୍ରାମରେ ଗ୍ରାମବାସୀଙ୍କ ପକ୍ଷରୁ କରୋନା ସଂକ୍ରମଣ ସଚେତନା କାର୍ଯ୍ୟକ୍ରମ…

ଗୁମା (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗାଇବା ପଞ୍ଚାୟତର ଗାଇବା ଗ୍ରାମରେ ଗ୍ରାମବାସୀ ଏକତ୍ର ହୋଇ କରନା ସଂକ୍ରମଣକୁ ପ୍ରତିରୋଧ କରିବା ନେଇ ସଚେତନା କାର୍ଯ୍ୟକ୍ରମ କରିଥିଲେ । ଗାଇବା ଗ୍ରାମର ମୁଖ୍ୟ ରାସ୍ତା ଚାରଟିକୁ ବନ୍ଦ କରି ସମ୍ପୂର୍ଣ ଯାତାୟାତ ରୋକିବା ନିମନ୍ତେ ଗ୍ରାମବାସି ପଦକ୍ଷେପ ନେବା ସହ ଗାଡିରେ ଯିବା ଆସିବା କରୁଥିବା ଲୋକମାନଙ୍କୁ ସାବୁନରେ ହାତ ଧୋଇ ଘରକୁ ଯିବାକୁ ପରାମର୍ଶ ଦେଉଛନ୍ତି । ଅତି ଆବଶ୍ୟକ ଜିନିଷ କିଣିବାକୁ କିମ୍ବା ଅସୁସ୍ଥତା ଥିଲେ ମେଡିକାଲ ଯିବା ପାଇଁ ବାରଣ କରା ଯାଉ ନ ଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ଅଯଥାରେ ବୁଲା ବୁଲି ନ କରିବା ପାଇଁ ଗ୍ରାମବାସୀ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି । ଆଖ ପାଖରେ ଥିବା ମଦ ବେପାରିମାନଙ୍କୁ କଡ଼ା କଡ଼ି ଭାବରେ ମଦ ଦୋକାନ ବନ୍ଦ ରଖିବାକୁ ଚେତାବନୀ ଦେବା ସହ ଅନ୍ୟଗ୍ରାମର ଲୋକମାନେ ସେହି ଗ୍ରାମକୁ ମଦ ପିଇବାକୁ ଯେପରି ନ ଆସିବେ ସେ ପରି ଭାବରେ ପଦକ୍ଷେପ ନିଆଯାଉଛି । ଗ୍ରାମର ମୁଖିଆ ବିକ୍ରମ ପୂଜାରୀ, କୃଷ୍ଣଚନ୍ଦ୍ର ପାତ୍ର, ନୋରୋଶିଙ୍ଗ ବିଶୋଇ, ସହଦେବ ବେହେରା, ପର୍ଶୁରାମ, ରବାନା, ମୋଣ୍ଟୁ, କାନୁ, କୋଇଲାସ, ନିତେଇ ଓ ଜୀତୁ ପ୍ରମୁଖ ଗ୍ରାମବାସୀ ଏହି ମହତ କାର୍ଯ୍ୟରେ ଲାଗିପଡ଼ି ଥିବା ଦେଖିବାକୁ ମିଳିଛି । କରୋନା ସଂକ୍ରମଣକୁ ରୋକିବା ଦିଗରେ ଏମାନଙ୍କ ସଚେତନା କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଇଛି । ଅନ୍ୟ ପକ୍ଷରେ ଗ୍ରାମବାସୀମାନେ ସଚେତନତା କାର୍ଯ୍ୟକ୍ରମ କରିବା ବେଳେ ସୋସିଆଲ ଡିଷ୍ଟାନସିଙ୍ଗ ଅର୍ଥାତ ପ୍ରତ୍ୟେକ ବ୍ୟକ୍ତି ଏକ ମିଟର ବ୍ୟବଧାନରେ ରହି ଏହି କାର୍ଯ୍ୟକ୍ରମ କରିବା ଉଚିତ ।

ରିପୋର୍ଟ : କୃଷ୍ଣ କୁମାର ବେହେରା