କରୋନା ଭୟକୁ ଫୁ : ଜଳେଶ୍ୱର ପରିବା ମାର୍କେଟରେ ପ୍ରବଳ ଭିଡ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ସଂକ୍ରମଣ ଲାଗି ରାଜ୍ୟ ଓ କେନ୍ଦ୍ର ସରକାର ଲକ୍ ଡାଉନ୍ ଘୋଷଣା ଓ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଜଳେଶ୍ୱରର ସକାଳୁଆ ବଜାରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ସଂକୀର୍ଣ୍ଣ ରାସ୍ତା ଓ ସ୍ୱଳ୍ପ ପରିଧିରେ ଦୈନିକ ବଜାର ଚାଲୁଥିବାରୁ ଲୋକ ଗହଳି ଦେଖିବାକୁ ମିଳୁଛି । ଏଠାରେ ସାମାଜିକ ଦୂରତ୍ୱକୁ ଲୋକମାନେ ଫୁ କରିଥିବା ବେଳେ ସରକାରଙ୍କ ନିର୍ଦ୍ଦେଶ ଏଠାରେ କାର୍ଯ୍ୟକାରୀ ହୋଇପାରୁନାହିଁ । ମାଛହାଟ ନିକଟରେ ପରିବାହାଟ ବସୁଥିବାରୁ ସେଠାରେ ସର୍ବାଧିକ ଭିଡ ଦେଖିବାମୁ ମିଳୁଛି । ସ୍ଥାନୀୟ ପ୍ରଶାସନ ସରକାରୀ ନିତୀନିୟମ ପାଳନ କରୁଥିବା ଯୋଗୁଁ ସକାଳ ୬ଟାରୁ ଦିନ ୧୦ଟି ମଧ୍ୟରେ ଦୈନିକ ପରିବାବଜାର ସମୟସୀମା କଟକଣା ଯୋଗୁଁ ବସୁଥିବାରୁ ଅଧିକ ଭିଡ ପରିଲକ୍ଷିତ ହୋଇଛି । କେତେକ ସଚେତନ ବ୍ୟକ୍ତି ଓ ସଂଗଠନ ପରିବା ଦୋକାନକୁ ସ୍ୱଳ୍ପସ୍ଥାନ ମଧ୍ୟରେ ନ ରଖି ଷ୍ଟେସନବଜାରରୁ ବଡବଜାର ଯାଏ ରାସ୍ତାର ଗୋଟିଏ ପାଶ୍ୱର୍ରେ ନିର୍ଦ୍ଦିଷ୍ଟ ଦୂରତ୍ୱରେ ବସାଇବାକୁ ଦାବି କରାଯାଇଛି । ଏ ସଂପର୍କରେ ସମାଜକଲ୍ୟାଣ ବିକାଶ ପରିଷଦଙ୍କ ପକ୍ଷରୁ ଜିଲାପାଳ ଓ ସ୍ଥାନୀୟ ପ୍ରଶାସନକୁ ନିବେଦନ କରାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା