ଗଞ୍ଜାମ ହାଟ ପାଇଁ ହେଲା ଭିତ୍ତିପ୍ରସ୍ତର ସ୍ଥାପନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ୱାୟତ୍ତ ଶାସନ ଦିବସ ଅବସରରେ ବ୍ରହ୍ମପୁର ଉନ୍ନୟନ କତ୍ତୃପକ୍ଷଙ୍କ ଦ୍ୱାରା ଆଜି ବ୍ରହ୍ମପୁର ସହରର କେନ୍ଦ୍ରସ୍ଥଳ କର୍ପୋରେସନ ରୋଡ ଠାରେ ଗଞ୍ଜାମ ହାଟ ବା ବାଣିଜ୍ୟ କେନ୍ଦ୍ର ପାଇଁ ବ୍ରହ୍ମପୁର ସାସଂଦ ଚନ୍ଦ୍ର ଶେଖର ସାହୁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l ବ୍ୟବସାୟ ଓ ସାଂସ୍କୃତିକ ପେଣ୍ଠସ୍ଥଳ ପାଲଟିବାକୁ ଯାଉଥିବା ଏହି ହାଟ ନିର୍ମାଣ ୨୦୨୧ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି l ଯାହା ଦ୍ୱାରା ସତlଦିକ ଦୋକାନ ଗୃହ ଇଛୁକ ଉଦ୍ୟଗି ମାନଙ୍କୁ ଦୋକାନ ଗୃହ ବଣ୍ଟନ କରାଯିବ l ବ୍ରହ୍ମପୁର ଉନ୍ନୟନ କତ୍ତୃପକ୍ଷ(ବିଡ଼ିଓ)ଙ୍କ ପକ୍ଷରୁ ନିର୍ମାଣ କରାଯାଉଥିବା ୫.୫ ଏକର ଜାଗାରେ ଗଞ୍ଜାମ ହାଟ ତଥା ସିଟି କମର୍ସିୟାଲ ସେଣ୍ଟର କରିବାକୁ ଡିପିଆର ପ୍ରସ୍ତୁତ କରାଯାଇଛି l ୪ ଏକର ଜାଗାରେ ଗଞ୍ଜାମ ହାଟ ଏବଂ ୧.୫ ଏକର ଜାଗାରେ କମର୍ସିୟାଲ କମ୍ପ୍ଲେକ୍ସ କରିବାକୁ ଡିପିଆର ପ୍ରସ୍ତୁତ ହୋଇଛି  l ଏଥିପାଇଁ ୨୨.୪୫ କୋଟି ଟଙ୍କା ମଞ୍ଜୁର ହୋଇଛି l ସେହିପରି ମାର୍କେଟ କମ୍ପ୍ଲେକ୍ସ ପାଇଁ ମୋଟ ୧୧୭ଟି ଦୋକାନ ଗୃହ ହେବାକୁ ଥିବା ବେଳେ ହାଟର ଚାରିପାଖରେ ୩୩ଟି ଦୋକାନ ଗୃହ ନିର୍ମାଣ କରାହେବ l ଆଜିର ଉଦଘାଟଣ ଉତ୍ସବରେ ବ୍ରହ୍ମପୁର ବିଧ୍ୟାୟକ ବିକ୍ରମ କୁମାର ପଣ୍ଡା,ଗୋପାଳ ପୁର ବିଧ୍ୟାୟକ ପ୍ରଦୀପ ପାଣିଗ୍ରାହୀ, ବିଜେଡି ଜ଼ିଲ୍ଲା ସଭାପତି ସୁବାସ ମହାରଣା, ପୂର୍ବତ୍ତନ କର୍ପୋରେଟର ମମତା ବିଷୋୟୀ, ବିଡିଏ ସମ୍ପାଦକ ସମ୍ବିତ ରାଉତ, ଇଂଜିନିୟର ମେମ୍ବର ମନୋରଞ୍ଜନ ମାଳି, ରଘୁନାଥ ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା