ଗଞ୍ଜାମ ବିକାଶ ମଞ୍ଚର ପ୍ରଥମ ପ୍ରତିଷ୍ଠା ଦିବସ ପାଳନ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ରାଜଧାନୀରେ ଏକାଠି ହେଲେ ଗଞ୍ଜାମ ବାସିନ୍ଦା। ଗଞ୍ଜାମର ସାହିତ୍ୟ, ସଂସ୍କୁତି, କଳାକୁ ଲୋକ ଲୋଚନରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ଏ ନେଇ ଭୁବନେଶ୍ୱର ଜୟଦେବ ଭବନରେ ଗଞ୍ଜାମ ବିକାଶ ମଞ୍ଚର ପ୍ରଥମ ପ୍ରତିଷ୍ଠା ଦିବସ ଉତ୍ସବ ରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି। ଓଡିଶାର ମାନଚିତ୍ର ରେ ଗଞ୍ଜାମ ଜିଲ୍ଲାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଗଞ୍ଜାମ ଜିଲ୍ଲାରୁ କବିସୂର୍ଯ୍ୟ ବଳଦେବ ରଥଙ୍କ ଭଳି ବହୁ ମହାମୁନିସି ମାନେ ଜନ୍ମ ନେଇ ସେମାନଙ୍କ ପ୍ରତିଭା ବିଶ୍ୱ ରେ ପରିଚୟ ସୃଷ୍ଟି କରିଛି। ଗଞ୍ଜାମ ଜିଲ୍ଲା ବିଶେଷକରି ଗୋପାଳପୁର ର ବିସ୍ତୃତ ବେଳାଭୂମି, ଋଷିକୂଲ୍ୟା ନଦୀ ଓ ଶକ୍ତିମୟୀ ପୀଠ ତାରା ରାରିଣୀ କୁ ବୁଝାଇଥାଏ l ଗଞ୍ଜାମ ବିକାଶମଞ୍ଚ ର ପ୍ରତିଷ୍ଠା ଦିବସ ଉତ୍ସବ ପରିଚାଳନା କମିଟି ସଭାପତି କେଶବ ରାଓ ଙ୍କ ପୌରାହିତ୍ୟ ରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଜଗନ୍ନାଥ ସଂସ୍କୁତି ବିଶେଷଜ୍ଞ ସୁମିତ୍ରା ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ, ସୁଲେଖକ ଶାନ୍ତନୁ ରଥ, ସମ୍ମାନିତ ଅତିଥି ଭାବେ ସୂଚନା କମିଶନର ତଥା ବିଶିଷ୍ଟ ସାମ୍ବାଦିକ ଦିଲ୍ଲୀପ ବିଶୋଇ, ଓଲିଉଡ଼ ଅଭିନେତା ସବ୍ୟସାଚ୍ଚି ମିଶ୍ର ଓ ଅର୍ଦ୍ଧେନ୍ଦୁ ସାହୁ ଯୋଗ ଦେଇ ଗଞ୍ଜାମ ଜିଲ୍ଲା ର ପାଣି ପବନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଋଷିକୂଲ୍ୟା ନାମକ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ବିଶେଷକରି ଗଞ୍ଜାମ ଜିଲ୍ଲାର ଲୋକେ ଶକ୍ତି, ସାଧୁତା, ସଚ୍ଚୋଟତା ଓ ବିଶ୍ୱସ୍ତତା ପାଇଁ ସାରା ଓଡିଶା ରେ ଲୋକଙ୍କ ପ୍ରିୟଭାଜନ ହୋଇ ପାରିଛି ବୋଲି ସମସ୍ତେ ଅଭିଭାଷଣ ରଖିଥିଲେ l ଗଞ୍ଜାମ ଜିଲ୍ଲାର ଅଧିବାସୀ ମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ସହ ସମସ୍ତଙ୍କୁ ବିଭିନ୍ନ ସମୟରେ ସହଯୋଗର ହାତ ବଢାଇବା ପାଇଁ ଏହି ମଞ୍ଚ ବେଶ ସହାୟକ ହେବ ବୋଲି ସମସ୍ତେ ମତ ଦେଇଥିଲେ।କାର୍ଯ୍ୟକ୍ରମକୁ ମଞ୍ଚ ସମ୍ପାଦକ ବରୁଣ ପାଢ଼ୀ, ସଭାପତି ରାମକୃଷ୍ଣ ପାଢ଼ୀ , ଉପ ସଭାପତି ଜଗଦୀଶ ବିଶୋଇ, ଜଗନ୍ନାଥ ପାଣିଗ୍ରାହୀ, ବିଶ୍ଵନାଥ ପାତ୍ର, ପ୍ରମୋଦ ଜେନା, ଆର୍ତ୍ତ ପାଢ଼ୀ , ଲୋକନାଥ ଚୌଧୁରୀ, ଗିରିଜା ସାହୁ ଗୋପାଳ ଗଉଡ, କୃଷ୍ନ ପ୍ରସାଦ ବାରିକ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ରିପୋର୍ଟ : ରଜତ କୁମାର ମହାପାତ୍ର