ଗଞ୍ଜାମ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା

ଛତ୍ରପୁର(ସମୃଦ୍ଧଓଡିଶା)ଛତ୍ରପୁର ଷ୍ଟାଡିୟମ ସ୍ଥିତ ଇନଡୋର ହଲ୍ ଠାରେ ୯ମ ଗଞ୍ଜାମ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଗଞ୍ଜାମ ଏସପି ଶ୍ରୀ ଜଗମୋହନ ମୀନା ପ୍ରତିଯୋଗିତାକୁ ଉଦଘାଟନ କରିବା ସହ ଜାଭେଲିନ ଭଳି ଖେଳରେ ଓଡ଼ିଶାର କିଶୋର ଜେନା ଯେଭଳି ବିଶ୍ବ ଦରବାରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି ସେହିଭଳି ଲକ୍ଷ୍ଯ ହାସଲ କରିବାକୁ ଉପସ୍ଥିତ ଖେଳାଳୀ ମାନଙ୍କୁ ଆହ୍ଵାନ ଦେଇଥିଲେ। ଓକେସିଏଲର ଗଞ୍ଜାମ ଜିଲ୍ଲାର ମୁଖ୍ଯ ଏସ ରେଖା ମହାନ୍ତି, ଗଞ୍ଜାମ ଜିଲ୍ଲା ଦୌଡକୁଦ ସଂଘ ସମ୍ପାଦକ ପ୍ରଫୁଲ୍ଲ ପଟ୍ଟନାୟକ, ରାଜ୍ଯ ଟାଏକୋଣ୍ଡୋ ସଂଘ ତରଫରୁ ଆସିଥିବା ପର୍ଯ୍ୟବେକ୍ଷକ ଏହସାସ ହୋତା , ରାଜ୍ଯ ମହିଳା ଟାଏକୋଣ୍ଡୋ କମିଶନର ଡକ୍ଟର ଅନୀତା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୯ଟି ଟାଏକୋଣ୍ଡୋ ଏକାଡେମୀର ୨୯୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଛତ୍ରପୁରର କେଏମପି ସ୍ପୋର୍ଟସ ଏକାଡେମୀର ଖେଳାଳି ମାନେ ୧୨ଟି ସ୍ବର୍ଣ୍ଣ, ୮ଟି ରୌପ୍ଯ ଓ ୮ଟି ବ୍ରୋଞ୍ଜ ପଦକ ପାଇ ଚମ୍ପିୟନ ହୋଇଥିବା ବେଳେ ଗଞ୍ଜାମ ଟାଏକୋଣ୍ଡୋ ଏକାଡେମୀର ଖେଳାଳିମାନେ ୮ଟି ସ୍ବର୍ଣ୍ଣ, ୯ଟି ରୌପ୍ଯ ଓ ୬ଟି ବ୍ରୋଞ୍ଜ ପଦକ ପାଇ ରନର୍ସ ଅପ ହୋଇଥିଲେ। ଉଦଯାପନୀ ଉତ୍ସବରେ ଛତ୍ରପୁର ଏନଏସିର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଡକ୍ଟର ଅଳକା ମିଶ୍ର, ସସ୍ମିତା ଶର୍ମା ଅତିଥି ଭାବେ ଯୋଗଦେଇ ବିଜୟୀ କ୍ରୀଡାବିତଙ୍କୁ ପଦକ ବଣ୍ଟନ କରିଥିଲେ।ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ସଭାପତି ଶ୍ରୀକାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ଯ ସମ୍ପାଦକ କେ ମନୋଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଇ ଲଳିତ କୁମାର, ବାସୁଦେବ ନାୟକ, ଜନଜ କୁମାର ମହାରଣା, ସି ଏଚ ପ୍ରସାଦ ନାୟକ, ଲକ୍ଷ୍ମୀ ନାରାୟଣ ରେଡ୍ଡୀ ପ୍ରମୁଖ ସହଯୋଗ କରିଥିଲେ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା