ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ୧,୩୯,୮୪,୧୮୪/-

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣ ତଥା କୋଭିଡି-୧୯କୁ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପର୍ଯ୍ୟାପ୍ତ ପରିମାଣରେ ସହାୟତା ପ୍ରଦାନ କରାଯାଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଆହ୍ୱାନ କ୍ରମେ ଓ ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲା ଶିକ୍ଷା ବିଭାଗ ଗୋଟିଏ ଦିନର ଦରମା ବାବଦରେ ୧୩୯୮୪୧୮୪ ଅର୍ଥ ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଥମ ପର୍ଯ୍ୟାୟରେ ପ୍ରଦାନ କରିଛନ୍ତି । ଆଜି ଏହି ଅର୍ଥରାଶିକୁ ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ପ୍ରଧାନ, ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ବିନୀତା ସେନାପତି, ଜିଲ୍ଲା କ୍ରୀଡା ନିରୀକ୍ଷକ ଭାଗିରଥି ସ୍ୱାଇଁ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ପନ୍ନଗଭୁଷଣ ମାଝୀ, ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ଅବିନାଶ ଶତପଥୀ, ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଡ଼. ପ୍ରଭାତୀ କୁମାରୀ ମହାପାତ୍ର, ଗଞ୍ଜାମ ଜିଲ୍ଲା ଓସ୍ତା ସାଧାରଣ ସମ୍ପାଦକ ବିଜୟ କୁମାର ବେହେରା, ସରକାରୀ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି କେଦାର ସାହୁ, ଜିଲ୍ଲା ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ସଭାପତି ଜିତେନ୍ଦ୍ର କୁମାର ମହାରଣା, ୟୁଟିଇଏ ସଭାପତି ଶଶାଙ୍କ କୁମାର ପଣ୍ଡା, ବ୍ରହ୍ମପୁର ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରାଜେଶ ତାରିଣୀ, ଛତ୍ରପୁର ମିଳିତ ଶିକ୍ଷକ ସଂଘ ସଭାପତି ପଞ୍ଚା ରଥ, କୃଷ୍ଣ ଚନ୍ଦ୍ର ଦାସ, ଶ୍ରୀମତୀ ରିତା ରଥ ମିଳିତ ଭାବେ ଡ୍ରାଫ୍ଟ ଆକାରରେ ଗଞ୍ଜାମ ଜିଲ୍ଲା ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଛନ୍ତି । ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ପରିବାରର ଏପରି ସହାୟତା ପାଇଁ ଜିଲ୍ଲାପାଳ ଅନେକ ସାଧୁବାଦ ଜଣାଇଛନ୍ତି । ଆସନ୍ତା ସପ୍ତାହରେ ଦ୍ଵିତୀୟ ପର୍ଯ୍ୟାୟରେ ଆହୁରି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିବା ପାଇଁ ଶିକ୍ଷା ବିଭାଗ ତତ୍ପର ଅଛି ବୋଲି ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା