ଗଞ୍ଜାମ ଜିଲ୍ଲା ଲାଇଟ ଏଣ୍ଡ ସାଉଣ୍ଡ ମାଲିକ ସଂଘର ନୂତନ ସଭାପତି ଭାବେ ନିଯୁକ୍ତ ହେଲେ ବିଧାୟକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଲାଇଟ ଏଣ୍ଡ ସାଉଣ୍ଡ ମାଲିକ ସଂଘର ନୂତନ ସଭାପତି ଭାବେ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା ନିଯୁକ୍ତ ହୋଇଛନ୍ତି । ବିଧାୟକ ରମେଶ ଚନ୍ଦ୍ର ଜେନା ସଂଘର ପକ୍ଷରୁ ଘାଟିକାଳୁଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସଭାପତି ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରମେଶ ଜେନା, ବାବୁଲା ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ, କୁନି ପଟ୍ଟନାୟକ, ଗିରିଜା ଦାସ, ଜେ.ହରି ଓ ଏମଡି. ଇସ୍ମାଇଲ, ଶ୍ୟାମ ପ୍ରସାଦ ପାଢ଼ୀଙ୍କ ସମେତ ସମସ୍ତ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା