ଆଲୋକ ବୋଷଙ୍କୁ “ନେତାଜୀ ସୁବାଷ ଚନ୍ଦ୍ର ବୋଷ“ ସାହାସିକତା ସମ୍ମାନ ପ୍ରଦାନ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ସହରରେ ଅବସ୍ଥାପିତ ଆନ୍ତର୍ଜାତିକ ମାନବ ଅଧିକାର ପରିଷଦ ଓଡିଶା (ଶିଶୁ ପରିବାର ଓ ମହିଳା) ବିଭାଗର ରାଜ୍ୟ ସଭାପତି ଆଲୋକ କୁମାର ବୋଷଙ୍କୁ କୋଲକାତା ଠାରେ “ନେତାଜୀ ସୁବାଷ ଚନ୍ଦ୍ର ବୋଷ “ସାହାସିକତା ସମ୍ମାନ-୨୦୨୧ ପ୍ରଦାନ କରାଯାଇଛି । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଆନ୍ତର୍ଜାତୀୟ ମାନବ ଅଧିକାର ଭାରତ ପକ୍ଷରୁ କୋଲକାତା ସ୍ଥିତ ବିଜ୍ଞାନ ନଗର ମିନି ଷ୍ଟାଡିୟମ ଠାରେ ଗତ ୧୭/୧/୨୦୨୧ ତାରିଖ ଦିନ ଆୟୋଜିତ ଏକ ବର୍ଣ୍ଣାଢ୍ୟପୂର୍ଣ୍ଣ କାର୍ଯ୍ୟକ୍ରମରେ ଆଲୋକ କୁମାର ଦାସଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଆନ୍ତର୍ଜାତୀୟ ପରିଷଦ ଭାରତର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ଼ଃ ସନ୍ନି ସାହା, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ବୋଷଙ୍କୁ ଏହି ସମ୍ମାନ ପ୍ରଦାନ ପୂର୍ବକ ପୁଷ୍ପଗୁଚ୍ଛ ସହ ମୋମେଣ୍ଟ ଓ ପ୍ରମାଣପତ୍ର ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ, ଭାରତର ଉପାଧ୍ୟକ୍ଷ ଟିଏମ: ଓମକାର, ଉପସଭାପତି ନସିତ ଆଫରୋଜ, ସାଉଥ ଡିଭିଜନ ସଭାପତି ସନାତନ ବେହେରା ଏବଂ ଗଜପତି ଜିଲ୍ଲା ସାଧାରଣ ସମ୍ପାଦିକା ଶ୍ରୀମତୀ ଲିଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆଲୋକ ବୋଷ, ଆନ୍ତର୍ଜାତୀୟ ପରିଷଦର ଓଡିଶାରେ ପରିଷଦର ଶିଶୁ ପରିବାର ଏବଂ ମହିଳା ବିଭାଗର ରାଜ୍ୟ ସଭାସ୍ପତି ଭାବେ ରହି ବହୁ ବିବାଦୀୟ ସମସ୍ୟାର ସମାଧାନ କରି ଲୋକଙ୍କୁ ସେମାନେଙ୍କ ହକ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିବା ସହ ତାଙ୍କର ଏଭଳି ସାମାଜିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ପରିପ୍ରେକ୍ଷୀରେ ଶ୍ରୀ ବୋଷଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଶ୍ରୀ ବୋଷଙ୍କ ଏଭଳି ଆନ୍ତର୍ଜାତିକ ସମ୍ମାନ ପାଇଥିବା କୃତିତ୍ୱ ପ୍ରତି ପାରଳାଖେମୁଣ୍ଡି ଠାରେ ତାଙ୍କୁ ବିଭିନ୍ନ ମହଲରେ ଅଭିନନ୍ଦନ ସ୍ୱାଗତ କରାଯାଇଛି । ଏହି ଅବସରରେ ପାରଳାଖେମୁଣ୍ଡି ଠାରେ ଥିବା ବୋଷ ଷ୍ଟୁଡିଓ ପରିସରରେ ଆୟୋଜିତ ଏକ ସମ୍ଭାର୍ଦ୍ଧନା କାର୍ଯ୍ୟକ୍ରମରେ ଏୱାର୍ଡି ଆଲୋକ ବୋଷ କହିଛନ୍ତି ଯେ, ଏହି ସମ୍ମାନ ପାଇବାରେ ମୁଁ ମୋ ଟିମକୁ ମୁଖ୍ୟତଃ ଭାବେ ମୁଁ ମୋ ଟିମକୁ ଶ୍ରେୟ ଦେଉଛି । ପ୍ରତ୍ୟେକ କ୍ଷେତ୍ରରେ ଟିମର ସମ୍ପୂର୍ଣ୍ଣ ସହଯୋଗ ରହି ଆସିଥିବା ଯୋଗୁଁ ହିଁ ଆଜି ମୁଁ ଏଇ ସମ୍ମାନ ପାଇବାର ଅଧିକାରୀ ହୋଇପାରିଛି । ଏହି ସମ୍ମାନ ମୋତେ ମିଳିଥିବା ଯୋଗୁଁ ଆଗକୁ ଆହୁରି ଅଧିକ ମାତ୍ରାରେ ଲୋକଙ୍କ ଅଧିକାର ଦେବା ଦିଗରେ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ମୁଖ୍ୟତଃ ଭାବେ ଆଲୋକ ବୋଷ, ଗଜପତି ଜିଲ୍ଲାର ପ୍ରତ୍ୟେକ ବ୍ଲକ ଅଞ୍ଚଳକୁ ଯାଇ ଲୋକମାନଙ୍କୁ ମାନବ ଅଧିକାର ବିଷୟବସ୍ତୁ ସମ୍ପର୍କରେ ସଚେତନ କରାଇ ଆସୁଥିବା ସହ ବିଭିନ୍ନ ବିବାଦୀୟ ସମସ୍ୟାର ସମାଧାନ କରି ଲୋକଙ୍କୁ ସେମାନଙ୍କ ହକ ତଥା ଅଧିକାର ଦେବାରେ ସହାୟକ ହେଉଛନ୍ତି । ଏହି ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ଜିଲ୍ଲା ଚାଇଲଡ଼ ଲାଇନର ସଂଯୋଜକ ନାଗେଶ୍ବର ଚୌଧୁରୀ, ଆଇନ ପରାମର୍ଶଦାତା ଶଶାଙ୍କ ଶେଖର ସାବତଙ୍କ ସମେତ ଜିଲ୍ଲା ପରିଷଦର ଉପ ସଭାପତି ପ୍ରଦୀପ ଚୌଧୁରୀ, ସାଉଥ ଡିଭିଜନର ସଭାପତି ସନାତନ ବେହେରା, ଜିଲ୍ଲା ପରିଷଦର ୟୁଥ ଜେନେରାଲ ସେକ୍ରେଟାରୀ ପ୍ରବୀଣ କୁମାର ଲିମା, ମହିଳା ବିଭାଗ ସଭାପତି ଶ୍ରୀମତୀ ମଞ୍ଜୁଳା ଚୋଧୁରୀ, ସାଙ୍ଗଠନିକ ସମ୍ପାଦିକା ଶ୍ରୀମତୀ ସୁମିତା ପଣ୍ଡା ଏବଂ ଜେନେରାଲ ସେକ୍ରେଟାରୀ ଶ୍ରୀମତୀ ଲିଲି ସାହୁ ପ୍ରମୁଖ ମଞ୍ଚାସିନ ରହି ଶ୍ରୀ ବୋଷଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।