ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ନୂତନ ଜିଲ୍ଲା ବିଜେପି ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…

ଗଞ୍ଜାମ (ସମୃଦ୍ଧ ଓଡିଶା) ନୂତନ ବିଜେପି ଜିଲ୍ଲା ସଭାପତି ବିଭୁତି ଜେନାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ଗଞ୍ଜାମ ସହର ସାନ ବଜାର ଠାରେ ଦଳୀୟ କର୍ମୀମାନେ ସ୍ୱାଗତ କରିବା ସହ ଏକ ବାଇକ ରାଲି କରି ଗଞ୍ଜାମ ସହର ପରିକ୍ରମା କରାଇବା ସହ ମା ବୁଢ଼ୀ ଠାକୁରାଣୀ ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ । ସେଠାରେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହାପରେ ସେ ଦଳର ସାଙ୍ଗଠନିକ ସୁଦୃଢ଼ତାକୁ ଗୁରୁତ୍ୱ ଦେଇ ମତ ଭେଦ ପରିହାର କରି ଆଗାମୀ ଦିନରେ ବିଜେପି ଦଳକୁ ସୁଦୃଢ଼ କରିବା ନିମନ୍ତେ ଦଳୀୟ ନେତା ଓ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏହାସହ ଗଞ୍ଜାମ ରେଳ ଷ୍ଟେସନରେ ରାଜ୍ୟରାଣୀ ଏକ୍ସପ୍ରେସ ଓ ପୁରୀ ଅହମ୍ମଦାବାଦ ଟ୍ରେନ ରହଣି ନିମନ୍ତେ ପଦକ୍ଷେପ ପାଇଁ କେନ୍ଦ୍ର ରେଳ ବିଭାଗ ସହ ଯୋଗାଯୋଗ କରିବା ନିମନ୍ତେ ଗଞ୍ଜାମ ବିଜେପି ମଣ୍ଡଳ ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦକ ଓ ଜିଲ୍ଲା ସଭାପତିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଗଞ୍ଜାମ ଏନଏସିର ୪ ନମ୍ବର ୱାର୍ଡର ପୂର୍ବତନ ବିଜେଡି କାଉନସିଲର ନିରଞ୍ଜନ ରାଉଳ ବିଜେପିରେ ଯୋଗ ଦେଇଥିଲେ । ତାଙ୍କୁ ଭାଜପା ଜିଲ୍ଲା ସଭାପତି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହାପରେ କାର୍ଯ୍ୟକର୍ତ୍ତା ସମାବେଶରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସି ପାତ୍ର ଯୋଗ ଦେଇଥିବା ବେଳେ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ଛତ୍ରପୁର ନିର୍ବାଚନ ମଣ୍ଡଳୀ ନେତା ପ୍ରଶାନ୍ତ କୁମାର କର, ଯୁଧିଷ୍ଟିତ ମହାପାତ୍ର, ଆଇନଜୀବୀ ପ୍ରଦୀପ ପାଢ଼ୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୀତାଞ୍ଜଳି ବେହେରା, କାନକେୟା ରେଡ୍ଡୀ, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ରାଜେଶ ସାହୁ, ରାଜ୍ୟ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଏନ. ରାଜେନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ମଣ୍ଡଳ ସଭାପତି ସୁଦାମ ଜେନା, ପୂର୍ବତନ ମଣ୍ଡଳ ସଭାପତି କଣ୍ଟାରୀ ଦଳାଇ, ପୂର୍ବତନ କାଉନସିଲର ଡିକେ ରାଓ, ରଂଜନ ବେହେରା, ଧନୁର୍ଦ୍ଧର ବେହେରା, ଗୁରୁ ରାଉଳ ପ୍ରମୁଖଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀର କର୍ମୀ ଓ ନେତାମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା