ଗଞ୍ଜାମ ଜିଲ୍ଲା ଓକିଲ ସଂଘର ନୁତନ ନିର୍ବାଚିତ ପୁରୁଷ କାର୍ଯ୍ୟକାରୀ ସଦସ୍ୟଙ୍କ ଆଜି ଶପଥ ଗ୍ରହଣ କାର୍ଯ୍ୟ

ଚଳିତ ବର୍ଷ ଗଞ୍ଜାମ ଓକିଲ ସଂଘର ନିର୍ବାଚନ ଗତ ମାର୍ଚ୍ଚ ମାସ ୩୦ ତାରିଖ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ ସଭାପତି ଭାବେ ନୟନ ମହାପାତ୍ର ଉପସଭାପତି ଭାବେ ରାମଚନ୍ଦ୍ର ପଣ୍ଡା ସମ୍ପାଦକ ଭାବେ ବିରଞ୍ଚି ନାରାୟଣ ମହାପାତ୍ର ସହ ସମ୍ପାଦକ ଭାବେ ଗିରିଜା ଶଙ୍କର ବେହେରା ଓ କାର୍ଯ୍ୟକାରୀ ସଦସ୍ୟ ଭାବରେ ୬ଜଣ ମଧ୍ୟରୁ ପ୍ରଭାତ କୁମାର ପାତ୍ର, ମନୋଜ କୁମାର ନାୟକ, ନିରଞ୍ଜନ ବେହେରା, ଅନିରୁଦ୍ଧ ପାତ୍ର, ପ୍ରଭାତ କୁମାର ନାୟକ ଓ ରାଜେଶ କୁମାର ରାଉଳ ବିଜୟ ଲାଭ କରିଛନ୍ତି। ଆଜି ସେମସ୍ତେ ଶପଥ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେମାନେ କହିଛନ୍ତି ଆଜି ପର୍ଯ୍ୟନ୍ତ ବହୁତ୍ ଅବ୍ୟବସ୍ଥା ରହିଛି ବର୍ ସଂଘରେ ତାହାକୁ ସୁଧାର ଆଣିବା ସହ ଅନ୍ୟମାନଙ୍କ ତଥା ସଭାପତି, ଉପସଭାପତି, ସମ୍ପାଦକ, ସହ ସମ୍ପାଦକ ମାନଙ୍କ ସହଯୋଗରେ ବାର ଉନ୍ନତୀକରଣ କରିବା ସହ ସଂଘର ସୁବ୍ୟବସ୍ଥା ଉପରେ ଧ୍ୟାନ ଦେବେ ବୋଲି ମତ ପ୍ରକାଶ କରିଛନ୍ତି । ଏହା ସହ ଓକିଲଙ୍କ ପ୍ରତି ଅଣଦେଖା ଓ ଅନ୍ୟାୟକୁ ନେଇ ନୂଆ ସଦସ୍ୟ ମାନଙ୍କ ମଧ୍ୟରେ ଚର୍ଚ୍ଚା ଧରିଛି। ଓକିଲାତି ଆଜିକା ସମୟରେ ଉଚ୍ଚତର ପେଶା କିନ୍ତୁ ଏହି ପେଶାରେ ବହୁତ୍ କଷ୍ଟ ରହିଛି। ଯେପରିକି ଧମକି ଆସିବା, ଗୁଳିକରିବା, ମାରିବା ଇତ୍ୟାଦି ବିଷୟ ଚର୍ଚ୍ଚାରେ ରହିଛି ।ଏହା ବହୁ ଖବର କାଗଜରେ ମଧ୍ୟ ପ୍ରକାଶ ହୋଇଥିଲେ ମଧ୍ୟ ଏହା ପ୍ରତି ନଜର ନଥିବା ଦେଖିବାକୁ ମିଳୁଛି। କହିବାର ବିଷୟ ଏହିକି ଓକିଲ ମାନଙ୍କ ଏତେ ସବୁ ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟ ସରକାରଙ୍କ କୌଣସି ପଦକ୍ଷେପ ରହୁନି। ନିର୍ବାଚନକୁ ନେଇ ସରକାର ବର୍ତ୍ତମାନ ସବୁ ବର୍ଗକୁ କିଛି ନା କିଛି ସୁବିଧା ଘୋଷଣା କରିଆସୁଛନ୍ତି।ହେଲେ ଓକିଲ ମାନଙ୍କ ପ୍ରତି କୌଣସି ପ୍ରକାର ଘୋଷଣା କରାଯାଇନଥିବା ଚର୍ଚ୍ଚା ଧରିଛି। ଯାହା ଫଳରେ ଆକଳନ କରାଯାଉଛି କି ଆଗାମୀ ଦିନରେ ବ୍ରହ୍ମପୁର ଓକିଲ ସଂଘ ସରକାର ବିରୋଧରେ ଆନ୍ଦୋଳନ କରିପାରନ୍ତି।ସେମାନଙ୍କ କହିବା ହିସାବରେ ସେମାନେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ସୁବିଧା ପାଇପରୁନାହାନ୍ତି ଯେପରିକି Advocate life/medical insurance, Junior advocate stipend, Advocate protection ଇତ୍ୟାଦି। ପୂର୍ବରୁ ଓକିଲ ସଂଘ ଏହା ପ୍ରତି ବହୁତ ଥର ଦାବି ରଖିବା ସତ୍ବେ ଆଜି ପର୍ଯ୍ୟନ୍ତ ସରକାର ଅଣଦେଖା କରୁଛନ୍ତି । ଯାହା ଫଳରେ ଓକିଲ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି। ଅନ୍ୟ ପକ୍ଷରେ ବ୍ରହ୍ମପୁର କୋର୍ଟ ଘୁଞ୍ଚିବା ଦୁଃଖର ବିଷୟ ବୋଲି ଚର୍ଚ୍ଚା ଚାଲିଛି।ଯାହାକି ସମ୍ପୃକ୍ତ ଅଧିକାରୀ ବୁଝିବା ଦରକାର କି କୋର୍ଟ ଘୁଞ୍ଚିବା ଦ୍ଵାରା ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ।ଯେପରିକି କିଛି ଓକିଲ ମାନେ ଗାଡ଼ି ଚଳାଇବା ଜାଣିନଥିବା କାରଣରୁ ସାଇକଲ ବ୍ୟବହାର କରୁଛନ୍ତି। ଯାହାଫଳରେ ସେମାନେ ବ୍ରହ୍ମପୁରରୁ ଏତେ ଦୂରକୁ ଯିବା କଷ୍ଟକର। କୌଣସି କାର୍ଯ୍ୟଳୟ ସେଠାକୁ ନଯାଇ କେବଳ କୋର୍ଟ ଯିବା କାରଣରୁ ଅଫିସିଆଲ୍ କାମ ମଧ୍ୟ ହେବ ନାହିଁ। ଷ୍ଟାମ୍ପ ଭେଣ୍ଡର ମାନେ ଓ ନୋଟରୀ ମାନେ ସେଠାକୁ ଯିବେ ନାହିଁ କାରଣ ସମସ୍ତେ ବ୍ରହ୍ମପୁରରେ ସ୍ଥାୟୀତ୍ବ ଭାବେ ଅଛନ୍ତି । ଏତେ ଦୂର ଯିବା ଆସିବା କଷ୍ଟ କର ସହ ଭୟ ମଧ୍ୟ ସୃଷ୍ଠି କରେ। କାରଣ ଜାତୀୟ ରାଜପଥରେ ଯିବା ଆସିବା ବୟସ୍କ ଲୋକ ହଉ କି ପିଲା ହଉ ଭୟଙ୍କର ବିଷୟ। ପୁଣି ଓକିଲ ମାନଙ୍କ ଜୀବନକୁ ମଧ୍ୟ ଭୟ ରହିଛି ଏତେ ଦୂର ଯାତ୍ରାରେ କିଏ କୋଉଠି ଜଗି ହତ୍ୟା ନକରିଦେବ ତାହାର କୌଣସି ସନ୍ଦେହ ନାହିଁ। ବ୍ରହ୍ମପୁରର ସିଟିରେ କୋର୍ଟର ସ୍ଥାନ ଠିକ୍ ରହିଛି ଯାହା କି ସେଣ୍ଟର ପଏଣ୍ଟ ରେ ରହୁଚି ଏଠାରୁ ଘୁଞ୍ଚିବା କେତେଦୂର ଠିକ୍ ତାହା ବିଚାରକୁ ଆଣିବା କଥା କିନ୍ତୁ ଏହାକୁ କେହି ଧ୍ୟାନ ଦେଉନାହାନ୍ତି। ଆହୁରି ମଧ୍ୟ କିଛି କ୍ଲାଇଣ୍ଟ ଓକିଲ ମାନଙ୍କୁ ତାଙ୍କର କେସ୍ ରେ ଫିଜ୍ ବାବଦକୁ ବହୁତ୍ କମ୍ ଟଙ୍କା ମଧ୍ୟ ଦିଅନ୍ତି ଯାହା ଏତେ ଦୂର ଯଦି କୋର୍ଟ ଘୁଞ୍ଚେ କାର୍ଯ୍ୟ କରିବା ଓ ବଞ୍ଚିବା ପାଇଁ ଓକିଲ ମାନଙ୍କୁ କଷ୍ଟ ସାଧ୍ୟ ହେବ । ଖାଲି ଉନ୍ନତି ସକାଶେ ଘୁଞ୍ଚିବା ପଛରେ ପଡ଼ିଛି ସଂପୃକ୍ତ ବିଭାଗ କିନ୍ତୁ ସେହି ଜାଗାରେ ତାକୁ ଉନ୍ନତି କରିବା ବିଷୟକୁ କେହିବି ନଜରକୁ ନ ନେଇ ଅପରପକ୍ଷରେ ଓକିଲ ମାନଙ୍କ ସମସ୍ୟାକୁ ବୃଦ୍ଧି କରୁଛନ୍ତି।ଏହି ଭଳି ବହୁ ସମସ୍ୟାର ଘେରରେ ବର୍ତ୍ତମାନ ବ୍ରହ୍ମପୁର ଓକିଲ ସଂଘ ରହିଛି।ଯାହାକି କାହାର ନଜରରେ ଆସୁନାହିଁ। ବ୍ରହ୍ମପୁର ବିଧାୟକ ହଉ କି ସାଂସଦ ହୁଅନ୍ତୁ କାହାର ନଜର ଆସୁନି ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ।କିନ୍ତୁ ସମସ୍ୟା ପାଇଁ କୋର୍ଟ ଓକିଲଙ୍କ କଥା ସମସ୍ତଙ୍କୁ ମନେପଡେ ହେଲେ ଓକିଲ ମାନଙ୍କ ଅସୁବିଧାରେ କାହାର ନଜର ଆସିବ ତାହା ସବୁ ବେଳେ ଚିନ୍ତାର ବିଷୟ ପାଲଟିଛି। ରିପୋର୍ଟ:ଆରତୀ ପ୍ରଭା ମହାରଣା