ଗଞ୍ଜାମ ଜିଲ୍ଲାରେ ଜୁନ୍ ୩୦ ପର୍ଯ୍ୟନ୍ତ ବଢିଲା ଲକଡାଉନ୍ କଟକଣା…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଠାରୁ ଅର୍ଥାତ ଜୁନ ୧୪ ଠାରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ଲକ୍‌ଡାଉନ୍ କଟକଣା ଆହୁରି କଡ଼ାକଡ଼ି କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ଘୋଷଣା କରିଛନ୍ତି । ରାଜ୍ୟରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଏହାର ସବୁଠାରୁ ଅଧିକ ପ୍ରଭାବ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି । ଗଞ୍ଜାମରେ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ଲକଡାଉନ କଟକଣାକୁ ଗଞ୍ଜାମରେ ଜୁନ୍ ୩୦ ତାରିଖ ଯାଏଁ ଲାଗୁ କରାଯାଇଛି । ଲକ୍‌ଡାଉନ୍‌ ସମୟରେ ସପ୍ତାହରେ ପାଞ୍ଚ ଦିନ ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ କେବଳ ଜରୁରୀକାଳୀନ ସେବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ବସ୍, କାର, ଅଟୋ ଚଳାଚଳ ୩୦ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ସେହିପରି ଦିନ ୧୨ଟା ପରେ କେହି ଘର ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ଶନିବାର ଓ ରବିବାର ପୂର୍ବ ଘୋଷଣା ଅନୁସାରେ ସଟ୍‌ଡାଉନ୍‌‌ ଜାରୀ ରହିବ । ଏହାସହ ରାତି ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିବ । ଏହାସହ ଗଞ୍ଜାମ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ଏବଂ ଭୟବିତ ନ ହେବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତାଙ୍କ ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରଜେସ୍ ରୟ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା