ଗଞ୍ଜାମ ଓକିଲ ସଂଘ ପକ୍ଷରୁ ସହିଦ୍ ଯବାନଙ୍କ ନିମନ୍ତେ କ୍ୟାଣ୍ଡେଲ ଶୋଭାଯାତ୍ରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଓକିଲ ସଂଘର ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ବାର କାଉନସିଲ ଅଧକ୍ଷ ଏବଂ ସମାଜସେବି ନେତୃତ୍ଵରେ ସହିଦ୍ ଯବାନମାନଙ୍କ ନିମନ୍ତେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଇନଜୀବି ଦୀପକ ପଟ୍ଟନାୟକ ଏବଂ ବରିଷ୍ଠ ଆଇନଜୀବୀ ପ୍ରଦୀପ ବେହେରାଙ୍କ ସମେତ ୫୦ରୁ ଉର୍ଦ୍ଧ ବ୍ୟକ୍ତି ଓ ଯୁବକ ମାନେ ୟୁନିୟନ କ୍ଲବ ବିଜୁପୁର ଛକ ଠାରୁ ଗାନ୍ଧୀନଗର ଛକ ପର୍ଯ୍ୟନ୍ତ କ୍ୟାଣ୍ଡେଲ ଶୋଭାଯାତ୍ରାରେ ଯାଇଥିଲେ । ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ସମସ୍ତ ସଦସ୍ୟ ଏକତା ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକତ୍ରିତ ହୋଇ ସହିଦ୍ ଯବାନ ମାନଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଜାଳି ଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଦୀପକ କୁମାର ପଟ୍ଟନାୟକ ସମେତ ଗଞ୍ଜାମ ଓକିଲ ସଂଘର ସମ୍ପାଦକ ଭାବେ ସୁଧାଂଶୁ ଶେଖର ପଣ୍ଡା, ଛାତ୍ର କଂଗ୍ରେସ ସଭାପତି ବିଜୟ ରାଜ୍ ପାଣିଗ୍ରାହୀ, ଜିଲ୍ଲା କମିଟିର ସମ୍ପାଦକ ଅଶିତ୍ ଶତପଥୀ, ବିକାଶ ନାୟକ, ପତିତପାବନ ଗନତାୟତ, ରାଜିବ ଖୁଣ୍ଟିଆ, ଆଇନଜୀବୀ ସିଲା ସୁପ୍ରିୟା, ଛାତ୍ର କଂଗ୍ରେସ କମିଟିର ମିଡିଆସେଲ୍ ତତ୍ ସତ୍ ସୁବୁଦ୍ଧି ପ୍ରମୁଖଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା