ଅଧା ପନ୍ତରିଆ ଅବସ୍ଥାରେ ଗୁହାଳ ଘର : କେହି ଗୁହାରି ଶୁଣୁ ନ ଥିବା ଅଭିଯୋଗ…

ଜଗନ୍ନାଥ ପ୍ରସାଦ (ସମୃଦ୍ଧ ଓଡିଶା) ଓଡିଶା ହେଉଛି କୃଷି ପ୍ରାଧାନ୍ୟ ରାଜ୍ୟ । ଓଡ଼ିଶାର ନବେଭାଗ ଲୋକ କୃଷି କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି । ସେପଟେ ଜୟ କିଷାନ ନାରା ଦେଉଛନ୍ତି ସରକାର । କୃଷକ ମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଏଠି ଫଳ ଶୁନୁ । ସରକାରଙ୍କର ଏହି ଯୋଜନାରୁ କିଏ ଫାଇଦା ଉଠଉଛି ତ ଆଉ କିଏ ବ୍ଲକ ଅଫିସି ଦଉଡି ଦଉଡି ଛିଡି ଯାଉଛି ଚପଲ । ଏପରି ଅଭିଯୋଗ ଆଣିଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ରାଉତି ପଞ୍ଚାୟତ କୁଶାପଲିଗ୍ରାମର ସୁନୀଲ ରାଉତ । ସୂଚନା ଅନୁଯାୟୀ ସୁନିଲିକୁ ୩ବର୍ଷ ତଳେ ମିଳିଥିଲା ସରକାରଙ୍କ ତରଫରୁ ଆଦର୍ଶ ଗାଇଗୁହାଳ । ଏହି ଗାଈ ଗୁହାଳ ୩ବର୍ଷ ହେବ ଅଧା ପନ୍ତରିୟା ଅବସ୍ଥାରେ ପଡିରହିଛି । ଏ ସମ୍ପକରେ ସୁନୀଲ ଯେତେ ଗୁହାରି କଲେ ବି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ କରିଛନ୍ତି । ଏନେଇ ବିଡ଼ିଓ କ୍ୟାମେରା ସମୁଖରେ କିଛି କହିବାକୁ ମନା କରି ଦେଇଛନ୍ତି । ଏବେ ଦେଖିବାକୁ ବାକି ରହିଲା ସୁନୀଲକୁ ମିଳିଥିବା ଏହି ଅଧାପନ୍ତରିଆ ଗୁହାଳ ଘର କେବେ ପୂର୍ଣ୍ଣ ହେବ ଓ ଗାଈ ଗୁଡିକର ଅବସ୍ଥା ସୁରକ୍ଷିତ ରହିବେ ।

ରିପୋର୍ଟ : ନିଲୁ ବିଷୋୟୀ