ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ…

ଗଜପତି/ନୂଆଗଡ଼ (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ସାମ୍ବାଦିକ ସଂଘର ସଦସ୍ୟମାନଙ୍କ ମିଳିତ ଉଦ୍ୟମରେ କରୋନା ସଚେତନତା ଏବଂ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅମାନିଆଙ୍କୁ ମାସ୍କ ବଣ୍ଟନ କରିବା ସହ ହାତ ନିୟମିତ ଧୋଇବା ବା ସାନିଟାଇଜ୍ କରିବା, ଆବଶ୍ୟକ ନ ଥିଲେ ଘରୁ ପଦାକୁ ନ ବାହାରିବା, ସବୁବେଳେ ମାସ୍କ ପରିଧାନ କରିବା, ପରସ୍ପରକୁ ପରସ୍ପର ୨ମିଟର ଦୂରତା ରକ୍ଷା କରିବା ଆଦି ବୁଝାଇଥିଲେ । ନୂଆଗଡ଼, ଖଜୁରୀ ପଦା, ବଡ଼ପଦା, ଝାଲର ସିଂ ଗ୍ରାମ ସହିତ ଆଖ ପାଖ ଗ୍ରାମକୁ ଯାଇ ଲୋକ ମାନଙ୍କୁ ମାସ୍କ ଦେଇ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ହରେକୃଷ୍ଣ ପଣ୍ଡା, ଯଦୁମଣି ଦଳାଇ, ମନୋହର ପରିଛା, ଯୋଗ୍ୟବନ୍ତା ପରିଛା, ଶ୍ରୀଧର ଦାସ, ସୁରେଶ୍ ସ୍ୱାଇ, ବାବୁଲି ଶଧପତି, ସୂର୍ଯ୍ୟ ପରାଗ୍ ଛିଞ୍ଚାଣି, ଈଶ୍ୱର ବିଷୋୟୀ ସହିତ ଭୁବନେଶ୍ୱରରୁ ଓଁକାର ଟିଭିର ଡାଇରେକ୍ଟର କ୍ରିଷ୍ଣା ନାୟକ ଉପସ୍ଥିତ ରହି ସହଯୋଗ କରିଥିଲେ ।